Latest Odisha News

BREAKING NEWS

ଅକ୍ଟେବାର ୨୨: ଚନ୍ଦ୍ରକୁ ପଢିବାକୁ ପ୍ରଥମ ଥର ପାଇଁ ଅଣ୍ଟା ଭିଡିଥିଲା ଭାରତ

ନୂଆଦିଲ୍ଲୀ: ଆଜିର ଦିନରେ ହିଁ ପ୍ରଥମ ଥର ପାଇଁ ଚନ୍ଦ୍ରକୁ ପଢିବାକୁ ଯାତ୍ରା ଆରମ୍ଭ କରିଥିଲା ଭାରତ । ୨୦୦୮ ମସିହା ଅକ୍ଟୋବର ୨୨ ତାରିଖରେ ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୧ ଚନ୍ଦ୍ର ଅଭିମୁଖେ ଉଡାଣ ଭରିଥିଲା । ଆଜି ସେହି ସଫାଳତାକୁ ୧୬ ବର୍ଷ ପୂରିଛି । ଏହି ସଫଳ ପ୍ରୟାସ ଚନ୍ଦ୍ରକୁ ନେଇ ଢେର୍ ଖୋରାକ୍ ଯୋଗାଇଥିଲା ।

ତେବେ ୨୦୦୮ ଅକ୍ଟୋବର ୨୨ ତାରିଖ ସକାଳ ୬ଟା ୨୨ ମିନିଟରେ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି ୧୧ଦ୍ୱାରା ଚନ୍ଦ୍ରଯାନ-୧ର ପ୍ରକ୍ଷେପଣ କରାଯାଇଥିଲା । ୨୩ ଅକ୍ଟୋବରରୁ ୪ ନଭେମ୍ବର ମଧ୍ୟରେ ଚନ୍ଦ୍ରଯାନ ପୃଥିବୀ ଚାରିପଟେ ଘୁରୁଥିବା ସମୟରେ ଏହାର ପରିକ୍ରମଣ କକ୍ଷପଥକୁ ୫ ଥର ବଦଳାଯାଇ ଏହାକୁ ଉର୍ଦ୍ଧ୍ବକୁ ଉତକ୍ଷେପଣ କରାଯାଇଥିଲା । ୮ ନଭେମ୍ବର ଅପରାହ୍ନ ୪ଟା ୫୧ ମିନିଟରେ ଚନ୍ଦ୍ରଯାନକୁ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରାଯାଇଥିବା ବେଳେ ନଭେମ୍ବର ୯ ରୁ ୧୨ ନଭେମ୍ବର ମଧ୍ୟରେ ଚନ୍ଦ୍ର ଚାରିପଟେ ଘୁରୁଥିବା ଚନ୍ଦ୍ରଯାନର ପରିକ୍ରମଣ କକ୍ଷପଥକୁ ୪ଥର ବଦଳାଯାଇ ଚନ୍ଦ୍ରର ନିକଟତର କରାଯାଇଥିଲା । ଏହାପରେ ୧୪ ନଭେମ୍ବର ସନ୍ଧ୍ୟା ୮ଟା ୩୧ ମିନିଟରେ ଚନ୍ଦ୍ରଯାନରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା ‘ମୁନ୍ ଇମ୍ପାକ୍ଟ ପ୍ରୋବ’ । ଏହାପରେ ଚନ୍ଦ୍ରରେ ଏହା ସଫଳତାର ସହ ବିଚରଣ କରିବା ସହ, ଉତ୍ତର ଦିଗରେ ଜଳ ବରଫ ସମେତ ବିଭିନ୍ନ ଉପାଦାନ ଠାବ କରିଥିଲା । କିନ୍ତୁ ୨୦୦୯ ଅଗଷ୍ଟ ୨୯ ତାରିଖରେ କୌଣସି କାରଣ ଯୋଗୁଁ ଚନ୍ଦ୍ରଯାନ ସହ ସମ୍ପର୍କ ନହେବାରୁ ଏହି ଅଭିଯାନକୁ ଆନୁଷ୍ଠାନିକ ଭାବେ ସମାପ୍ତ ବୋଲି ଘୋଷଣା କରିଥିଲା ଇସ୍ରୋ ।

Leave A Reply

Your email address will not be published.