Latest Odisha News

BREAKING NEWS

ଜୁଲାଇ ୧୩ ରେ ଚନ୍ଦ୍ରୟାନ-୩

ଜୁଲାଇ ୧୩ ରେ ଆରମ୍ଭ ହେବ ଚନ୍ଦ୍ରୟାନ୩ର ମିଶନ ପକ୍ରିୟା ଏନେଇ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଭାରତୀୟ ମହାକାଶ ଗବେଷଣା ସଂଗଠନ ଚେୟାରମ୍ୟାନ ଏସ୍.ସୋମନାଥ କହିଛନ୍ତି ଯେ, ଚନ୍ଦ୍ରପୃଷ୍ଟରେ ଚନ୍ଦ୍ରୟାନ୩ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆମର ଆଶା । ଜୁଲାଇ ୧୩ରେ ଏହାକୁ ଲଞ୍ଚ୍ କରିବା ନେଇ ଧାର୍ଯ୍ୟ କାରାଯାଇଛି । ଯଦି କୌଣସି କାରଣ ବସତଃ ସେହିଦିନ ଏହା ଲଞ୍ଚ ନହୋଇପାରେ ତେବେ ୧୩ ରୁ ୧୯ ମଧ୍ୟରେ ଏହାକୁ ଲଞ୍ଚ କରିବାକୁ ପ୍ରୟାସ କରାଯିବ । ତେବେ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ସାରିଛି LVM-3 ରକେଟ ଯୋଗେ ଚନ୍ଦ୍ରାୟନ ଉତକ୍ଷେପଣ କରାଯିବ

ଏଥର ଚନ୍ଦ୍ରୟାନ ଚନ୍ଦ୍ରରେ ଅବତରଣ କରିବା ପରେ ଏହା ଚନ୍ଦ୍ରପୃଷ୍ଠର ଉପର ସ୍ତର ମୃତ୍ତିକାର ଭୌତିକ ଗୁଣ ଉପରେ ଅନୁଧ୍ୟାନ କରିବା ସହ ପୃଥିବୀରେ ଭୂକମ୍ପ ପରି ଚନ୍ଦ୍ରରେ କିପରି କମ୍ପନ ହୁଏ ତାହା ଉପରେ ମଧ୍ୟ ଅନୁଧ୍ୟାନ କରିବ। ଚନ୍ଦ୍ରର ପୃଷ୍ଠୀୟ ପରିବେଶ ପୃଷ୍ଠୀୟ ଗାଠନିକ ଉପାଦାନଗୁଡ଼ିକ ଉପରେ ମଧ୍ୟ ବିଶ୍ଳେଷଣ କରିବ ଚନ୍ଦ୍ରୟାନ

ସୂଚନା ଯୋଗ୍ୟ ଯେ, ୨୦୦୮୦୯ରେ ଚନ୍ଦ୍ରୟାନ ଲଞ୍ଚ୍ ହୋଇଥିଲା । ଏହଦ୍ୱରା ଚନ୍ଦ୍ର ପୃଷ୍ଠରେ ଜଳ ଥିବା ସନ୍ଧାନ ମିଳିଥିଲା ସେହିପରି ୨୦୧୯ ଅଗଷ୍ଟରେ ଚନ୍ଦ୍ରୟାନ୨ଲଞ୍ଚ କରାଯାଇଥିଲେ ମଧ୍ୟ ଏହା ବିଫଳ ହୋଇଥିଲା

Comments are closed.