Latest Odisha News

BREAKING NEWS

ଗୋଲଡେନ ଆୱାରରେ ସିଦ୍ଧାନ୍ତ: ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ପଠାଇଲେ ଡାକ୍ତରଖାନା

ଭୁବନେଶ୍ୱର: ରିଲ ହିରୋ ଏବେ ରିଅଲ ହିରୋ । ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ  । ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି (STA)  ମଧ୍ୟ ପ୍ରଶଂସା କରି ଟୁଇଟ କରିଛନ୍ତି ।  ରିଲ ହିରୋରୁ ରିଅଲ ହିରୋ ପାଲଟିଥିବା ସିଦ୍ଧାନ୍ତ ମହାପାତ୍ରଙ୍କ କଥା । ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତିଙ୍କୁ ଗୋଲଡେନ ଆୱାରରେ ଡାକ୍ତରଖାନାରେ ପହଞ୍ଚାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ।

STA ତାଙ୍କ ଟୁଇଟରେ କହିଛନ୍ତି, ସିଦ୍ଧାନ୍ତ ମହାପାତ୍ରଙ୍କ ପରି ଜଣେ ସହୃଦୟ ବ୍ୟକ୍ତି ସମସ୍ତଙ୍କର ପ୍ରେରଣାର ଉତ୍ସ । ଏପରି ରୋଲ ମଡେଲ ପାଇଁ ଧନ୍ୟବାଦ । ଦ୍ୱିଧାବୋଧ କରନ୍ତୁନି । ସଡକ ଦୁୀର୍ଘଟଣା ବେଳେ ଗୋଲଡେନ ଆୱାର ସମୟରେ  ଉପଯୁକ୍ତ ସମୟରେ ସହାୟତା ଜୀବନ ବଞ୍ଚାଇପାରେ ।’

ପାହାଳ ଥାନା ନରଣପୁରସ୍ଥିତ କେଏମବିବି ଯୁକ୍ତ ଦୁଇ ବିଜ୍ଞାନ କଲୋଜର ଏକ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଯୋଗ ଦେବାକୁ ଯାଇଥିଲେ ନେତା-ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଫେରିବା ବାଟରେ ତାଙ୍କ ଆଖି ସାମ୍ନାରେ ଘଟିଗଲା ଏକ ସଡକ ଦୁର୍ଘଟଣା । ପାହାଳ ଫ୍ଲାଇ ଓଭର ଗଡାଣି ପାଖରେ ପାଖାପାଖି ୨ଟା ସମୟରେ ଏକ ଭ୍ୟାନ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଏଥିରେ ବାଇକ ଆରୋହୀ ତଥା ଆଇନଜୀବୀ ମଦନ ସ୍ୱାଇଁ ଗୁରୁତର ହୋଇଥିଲେ ।

ତାଙ୍କୁ ଭ୍ୟାନଟି ବହୁବାଟ ଘୋଷାଡି ନେଇଥିଲା । ଏଥିରେ ମଦନଙ୍କର ଗୋଟିଏ ଗୋଡ କଟି ଯାଇଥିଲା । ଏହା ଦେଖି ସିଦ୍ଧାନ୍ତ ମହାପାତ୍ର ନିଜ ଗାଡି ଅଟକାଇଥିଲେ । ଆହତଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ । ସେତିକୁ ନୁହେଁ, ନିଜ ଗାଡିରେ ତୁରନ୍ତ ଆମ୍ବୁଲାନ୍ସକୁ ତୁରନ୍ତ ବାଟ କଢାଇବାରେ ସାହାଯ୍ୟ କରିଥିଲେ ।  ଆହତ ଜଣକ ଫରେଷ୍ଟ ପାର୍କସ୍ଥିତ ସୁଶ୍ରୁତ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ହେବା ପରେ ପ୍ରାୟ ସାଢେ ୪ଟାରେ ସିଦ୍ଧାନ୍ତ ଫେରିଥିଲେ ।। ଏହା ସହ ଫୋନ କରି ଆହତ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଦୁର୍ଘଟଣାରେ ଆହତ ଲୋକଟି ପାଇଁ ସବୁଠାରୁ ବଡ ସାହାଯ୍ୟ ହେଲା, ତାକୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିାଇବା । କାରଣ ଏହି ସମୟରେ ଗୋଟିଏ ଗୋଟିଏ ମୁହୂର୍ତ୍ତ ଖୁବ ମୂଲ୍ୟବାନ । ଦୁର୍ଘଟଣାର ସେଇ ପ୍ରଥମ ଘଣ୍ଟା ହିଁ ପ୍ରକୃତିରେ ଗୋଲଡେନ ଆୱାର । ଯାହା ହେଉ, ପୂର୍ବତନ ସାଂସଦ ଏହି ଗୋଲଡେନ ଆୱାରରେ ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିବାରୁ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ ।

Leave A Reply

Your email address will not be published.