ନୂଆଦିଲ୍ଲୀ: ଫେବୃୟାରୀ ମାସ ୧ ତାରିଖ (ଆଜି)ରୁ ହ୍ବାଟ୍ସଆପ୍, ଡାକ ବିଭାଗ ଓ ଜୀବନବୀମା ସମ୍ପର୍କିତ ଅନେକ ନିୟମ ବଦଳି ଯାଇଛି ।
ଜାଣନ୍ତୁ କ’ଣ ଏହିସବୁ ନିୟମ:
ହ୍ବାଟ୍ସଆପ୍:
ଆଜିଠରୁ ଲକ୍ଷାଧିକ ସ୍ମାର୍ଟଫୋନ୍ରେ ଆଉ କାମ କରିବ ନାହିଁ ହ୍ବାଟ୍ସଆପ୍ । ପୂର୍ବରୁ କରିଥିବା ଘୋଷଣା ମୁତାବକ କମ୍ପାନୀ ଏହାକୁ ବନ୍ଦ କରିଛି।
୨.୩.୭ ଆଣ୍ଡ୍ରଏଡ୍ ଭର୍ସନ ଏବଂ ଆଇଓଏସ୍ ୭ ଥିବା ସ୍ମାର୍ଟଫୋନ୍ରେ ଏହା କାମ କରିବ ନାହିଁ ବୋଲି ପୂର୍ବରୁ କମ୍ପାନୀ ପକ୍ଷରୁ ଘୋଷଣା ହୋଇଥିଲା । ଯାହା ଆଜିଠାରୁ ଲାଗୁ ହୋଇଛି ।
ଏଲ୍ଆଇସି:
ପୂର୍ବରୁ ଏଲ୍ଆଇସି ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଫେବୃଆରୀ ୧ ତାରିଖରୁ ଏହା ୨୩ଟି ଯୋଜନା ବନ୍ଦ କରିଛି।
ଏହି ଯୋଜନାରେ ଜୀବନ ଆନନ୍ଦ, ଜୀବନ ଲକ୍ଷ୍ୟ, ଜୀବନ ତରୁଣ, ଜୀବନ ଉମଙ୍ଗ ଭଳି ଯୋଜନା ମାନ ସାମିଲ ରହିଛି। ଏହାଛଡ଼ା ୟୁନିଟ୍ ଲିକ୍ଡ ପ୍ଲାନ୍ ଏବଂ ନ୍ୟୁ ଏଣ୍ଡାଓମେଣ୍ଟ ପ୍ଲାନ୍କୁ ଏଲ୍ଆଇସି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।
ଏଟିଏମ୍:
ଡାକ ବିଭାଗ ଜମା ଖାତାଧାରୀଙ୍କୁ ନିଜର ମୋବାଇଲ୍ ନମ୍ବର ଅପଡେଟ୍ କରିବା ଏବଂ ଜାନୁୟାରୀ ୩୧ତାରିଖ ସୁଦ୍ଧା ମ୍ୟାଗ୍ନେଟିକ୍ ଏଟିଏମ୍ କାର୍ଡ଼କୁ ନୂଆ ଇଏମବି ଚିପରେ ବଦଳିବାକୁ ନିର୍ଦେଶ ଦେଇଥିଲା। ମ୍ୟାଗ୍ନେଟିକ୍ କାର୍ଡ଼ ତୁଳନାରେ ଇଏମବି ଇଏମବି ଚିପ୍ ଥିବା କାର୍ଡ଼ ଅଧିକ ସୁରକ୍ଷିତ। ଏପରି ନକରିବା ଦ୍ବାରା ତାଙ୍କ କାର୍ଡ଼ ବ୍ଲକ୍ ହୋଇପାରେ।
Comments are closed.