Latest Odisha News

BREAKING NEWS

ମୀରବାଇଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଥିଲା ମାଆଙ୍କ ଉପହାର !

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରୋତୋଳିକା ମୀରାବାଇ ଚାନୁ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ତେବେ ତାଙ୍କର ଏହି ସଫଳତା ପଛରେ ମାଆଙ୍କ ଏକ ଉପହାର ଚର୍ଚ୍ଚାର ପରିସରକୁ ଆସିଛି । ଏପରି କି ଏହି ଉପହାର ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି ବୋଲି ନିଜେ ଚାନୁ କହିଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ଚାନୁଙ୍କ ମାଆ ତାମ୍ବୋ ଲିମା ନିଜର ସୁନା ବିକ୍ରି ବହୁ କଷ୍ଟରେ ଅଲିମ୍ପିକ୍ସ ଆକୃତିର ଏକ ଇୟର ରିଙ୍ଗ ନିଜ ଝିଅକୁ ଉପହାର ଦେଇଥିଲେ । ରିଓରେ ଚାନୁ ଯୋଗ୍ୟତା ହାସଲରେ ବିଫଳ ହୋଇଥିଲେ ।

ଟୋକିଓରେ ସେ ରିଙ୍ଗ ପିନ୍ଧି ଯେତେବେଳେ ପ୍ରତିଯୋଗିତାରେ ଭାଗ ନେବାକୁ ଗଲେ ତାଙ୍କ ମାଆ ଆଶ୍ଚର୍ଯ୍ୟ ହୋଇଥିଲେ । ଚାନୁ ପଦକ ଜିତିବା ପରେ ତାମ୍ବୋ ଲିମା ଖୁସିରେ କାନ୍ଦି ପକାଇଥିଲେ । ନିଜେ ଚାନୁ ମଧ୍ୟ ମାଆଙ୍କ ଏହି ଉପହାର ତାଙ୍କ ମନୋବଳ ବଢ଼ାଇବା ସହ ଲକି ସାବ୍ୟସ୍ତ ହୋଇଥିଲା ବୋଲି କହିଛନ୍ତି । ତାଙ୍କ ବାପା ସେଖୋମ କୃତି ସମସ୍ତ ସଫଳତାର ଶ୍ରେୟ ଚାନୁଙ୍କ ଉଦ୍ୟମ ଏବଂ କଠିନ ପରିଶ୍ରମକୁ ଦେଇଛନ୍ତି ।

Leave A Reply

Your email address will not be published.