Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ

ନୂଆଦିଲ୍ଲୀ: ପଞ୍ଜାବର ସର୍‌ଦାର ହେଲେ ଚରଣଜିତ ସିଂ ଚନ୍ନି। ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂ। ସୋମବାର ରାଜ ଭବନରେ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କ ଦ୍ୱାରା ଶପଥ ଗ୍ରହଣ କରାଯାଇଥିଲା।

ଚନ୍ନିଙ୍କ ସହ ସୁଖଜିନ୍ଦର ସିଂ ରାନ୍ଧୱା ଏବଂ ଓପି ସୋନି ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଏବଂ ସେମାନେ ଉପମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇପାରନ୍ତି। ଏହି ସମାରୋହରେ ଯୋଗଦେବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ରାଜ ଭବନରେ ପହଞ୍ଚିଥିଲେ କିନ୍ତୁ ଚନ୍ନି ସେତେବେଳେ ଶପଥ ଗ୍ରହଣ କରିସାରିଥିଲେ।ଚରଣଜିତ ସିଂ ଚନ୍ନି ପଞ୍ଜାବର ୧୬ ତମ ମୁଖ୍ୟମନ୍ତ୍ରୀ ଏବଂ ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Comments are closed.