Latest Odisha News

BREAKING NEWS

ଗୋଟିଏ ଟିମରୁ ୨୦୦ ମ୍ୟାଚ ଖେଳିବେ କୋହଲି !

ଦୁବାଇ: ଇଣ୍ଡିଆନ ପ୍ରିମର ଲିଗରେ ଆଜି କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳାଯିବ । ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଆଉ ଏକ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି । ଏହି ମ୍ୟାଚରେ ସେ ପଡିଆକୁ ଯିବା ମାତ୍ରେ ପ୍ରଥମ ଖେଳାଳି ଭାବେ ଗୋଟିଏ ଟିମ ପକ୍ଷରୁ ସର୍ବାଧିକ ୨୦୦ ମ୍ୟାଚ ଖେଳିବେ । ଓଭରାଲ ୫ମ ଖେଳାଳି ଭାବେ ସେ ଏହି ଗୌରବ ଅର୍ଜନ କରିବେ । ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ, ଦୀନେଶ କାର୍ତିକ, ରୋହିତ ଶର୍ମା ଓ ସୁରେଶ ରାଇନା ଏହି କୀର୍ତିମାନ ହାସଲ କରି ସାରିଛନ୍ତି ।

ସେହିପରି ଟି୨୦ରେ ୧୦୦୦୦ ରନ କରିବା ପାଇଁ କୋହଲି ଆଉ ମାତ୍ର ୭୧ ରନ ଆବଶ୍ୟକ କରୁଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ଏହି ସଫଳତା ହାସଲ କରିବେ । କ୍ରିସ ଗେଲ, କିରନ ପୋଲାର୍ଡ, ଶୋଏବ ମଲିକ ଓ ଡେଭିଡ ୱାର୍ଣ୍ଣର ଏହି ଫର୍ମାଟରେ ୧୦୦୦୦ ରନ କରି ସାରିଛନ୍ତି ।

Leave A Reply

Your email address will not be published.