କୋଲକାତା: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ପରେ ଦେହ ମିଳିବାର ୮୭ଦିନ ପରେ ସ୍ଥାନୀୟ କୋର୍ଟ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଯଦିଓ ସଞ୍ଜୟ ରାୟ ଏହି ମାମଲାରେ ନିଜକୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି, ତଥାପି ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।
ନଭେମ୍ବର ୧୧ରୁ ପ୍ରତିଦିନ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ ଘୋଷଣା କରିଛନ୍ତି। ଅନ୍ୟପଟେ ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ବଡ଼ ବୟାନ ଦେଇଛି। ସିଆଲଦାହ କୋର୍ଟରେ ହଜାର କଲା ବେଳେ ଗଣମାଧ୍ୟମକୁ ଚାଞ୍ଚଲ୍ୟକର ପ୍ରତିକ୍ରିୟା ଦେଇଛି ସଞ୍ଜୟ। ଏହି ମାମଲାରେ ତାକୁ ଫସେଇ ଦିଆଯାଇଛି। ଦୁଷ୍କର୍ମ ଓ ହତ୍ୟାରେ ସେ ସଂପୃକ୍ତ ନାହିଁ, ତାକୁ ସରକାର ଫସେଇ ଦେଇଥିବା କହିଛି ସଞ୍ଜୟ।
ଖାଲି ଏତିକି ନୁହେଁ ଏନେଇ ବାରମ୍ବାର ସେ କହିବାକୁ ଚାହିଁଥିଲେ ବି କହିବାକୁ ଦିଆଯାଇନି। ତାଙ୍କ ବିଭାଗ ବି ତାଙ୍କୁ ଟଙ୍କା ଦେଇ ଚୁପ୍ ରହିବାକୁ ଚାପ ପକାଇଛନ୍ତି ବୋଲି କହିଛି ସଞ୍ଜୟ। ସୂଚନାଥାଉକି ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ ହେଇଛି ସଞ୍ଜୟ ରାୟ। କୋଲକତା ପୋଲିସରେ ସିଭିକ୍ ଭଲିଣ୍ଟିଅର ଥିବା ସଞ୍ଜୟ ବ୍ୟତୀତ ଆଉ କାହାରିକୁ ଗିରଫ କରିନି କୋଲକାତା ପୋଲିସ।
ସେହିପରି ଏହି ମାମଲାରେ ସିବିଆଇ ମଧ୍ୟ ସଞ୍ଜୟ ରାୟ ଛଡା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ନେଇ ତଦନ୍ତ କରୁନାହିଁ। ଆଉ ଏହାରି ଭିତରେ ସଞ୍ଜୟର ଏଭଳି ବୟାନ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଅନ୍ୟପଟେ ମାମଲାର ତଦନ୍ତ ରାଜ୍ୟ ବାହାରେ କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ।