Latest Odisha News

BREAKING NEWS

କୋରିଓଗ୍ରାଫର ରୋମୋ ଓ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ଓ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର ସତ୍ୟେନ୍ଦ୍ର ତ୍ୟାଗି । ଫିଲ୍ମ ନିର୍ମାଣ ପାଇଁ ତାଙ୍କ ରେମୋ ଓ ତାଙ୍କ ପତ୍ନୀ ଲିଜେଲ୍ ପ୍ରତାରଣା କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଗାଜିଆବାଦ କୋର୍ଟରେ ଠକେଇ ଅଭିଯୋଗ ହୋଇଛି । ଏଥିସହ ସାହିନ ଗେଟ୍ ପୋଲି ରେମୋ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ।

୨୦୧୩ରେ ରେମୋ ଗାଜିଆବାଦରେ ରହୁଥିବା ସତ୍ୟେନ୍ଦ୍ର ତ୍ୟାଗିଙ୍କ ପାଖରୁ ପାଞ୍ଚ କୋଟି ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଫିଲ୍ମ ନିର୍ମାଣ ପାଇଁ ରେମୋ ସତ୍ୟେନ୍ଦ୍ରଙ୍କ ନିକଟରୁ ଟଙ୍କା ନେଇ ଫିଲ୍ମ ଶୁଟିଂ ପରେ ଟଙ୍କା ଫେରେଇଦେବେ ବୋଲି କହିଥିଲେ। କିନ୍ତୁ ଶୁଟିଂ ଶେଷ ହେବାପରେ ମଧ୍ୟ ସେ ଟଙ୍କା ଫେରେଇନଥିବା ଅଭିଯୋଗ ହୋଇଛି। ସତ୍ୟନ୍ଦ୍ର ଅଭିଯୋଗ କରିଛନ୍ତି ଯେ, ରେମୋ ଡିସୁଜା ଏକ ବର୍ଷ ମଧ୍ୟରେ ଟଙ୍କା ଦୁଇଗୁଣ କରିବାକୁ ପ୍ରତିଶୃତି ଦେଇଥିଲେ।

ଯେତେବେଳେ ରେମୋ ଡିସୁଜା ଧାର୍ଯ୍ୟ ସମୟରେ ଟଙ୍କା ଫେରସ୍ତ କରିନଥିଲେ ସତ୍ୟେନ୍ଦ୍ର ସାହିନ ଗେଟ୍ ପୋଲିସ୍ ଷ୍ଟେସନ୍ ମାମଲା ରୁଜୁ କରିଥିଲେ। ୨୦୧୬ ରେ ରେମୋ ଡିସୁଜା ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଠକେଇ ମାମଲା ଦାୟର କରାଯାଇଥିଲା। ବାରମ୍ବାର ଡାକିବା ସତ୍ତ୍ୱେ ରେମୋ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ମନା କରିଦେଇଥିଲେ। ଏହା ପରେ କୋର୍ଟ ରେମୋଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରି ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରେମୋ ଡିସୁଜା ଆହ୍ଲାବାଦ ହାଇକୋର୍ଟରୁ ଜାମିନ ଗ୍ରହଣ କରିଥିଲେ।

Leave A Reply

Your email address will not be published.