ପୁରୀ: ପବିତ୍ର ଅକ୍ଷୟ ତୃତୀୟାରେ ପୁରୀରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହୋଇଛି । ଆଜ୍ଞାମାଳ ବିଜେ ପରେ ରଥଖଳାରେ ଆରମ୍ଭ ହୋଇଛି ନୀତି ।
ବିଧି ମୁତାବକ ଶ୍ରୀନଅର ସମ୍ମୁଖ ରଥଖଳାରେ ତିନିଟି ଧଉରା କାଠକୁ ସ୍ତୋତ୍ରୀୟ ବ୍ରାହ୍ମଣମାନେ ପୂଜା କରିଥିଲେ । ମଧ୍ୟାହ୍ମ ଧୂପ ପରେ ମହାପ୍ରଭୁଙ୍କର ରଥ ନିର୍ମାଣ ପାଇଁ ଏକ ବିରାଟ ପଟୁଆରରେ ବିଜେ କରିଥିଲେ ଆଜ୍ଞାମାଳ । ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ତିନିଟି ଆଜ୍ଞାମାଳ ଆଣି ତିନିଟି ଧଉରା କାଠ ଉପରେ ରଖିଥିଲେ । ପୂଜାର୍ଚ୍ଚନା ପରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ରଥ ନିର୍ମାଣ ।
ପୁରୀ ଏସ୍ପି କହିଛନ୍ତି, ପବିତ୍ର ଅକ୍ଷୟ ତୃତୀୟ ଅବସରରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ ହୋଇଛି। ମହାପ୍ରଭୁଙ୍କ ରଥଯାତ୍ରା ଓ ଚନ୍ଦନଯାତ୍ରା କାର୍ଯ୍ୟ ସୁରୁଖୁରୁରେ ହେବ। ମହାପ୍ରଭୁଙ୍କ ଏହା ଏକ ବଡ଼ ଅନୁଭୂତି ରହିବ। ସୁରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।
Comments are closed.