ପୁରୀ: ଆରମ୍ଭ ହେଲା ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ। ରଥ ଖଳାରୁ ଶୁଭିଲା ଭୋଇ ସେବକ ଓ ବିଶ୍ଵକର୍ମା ମହାରଣାଙ୍କ ନିହାଣ ମୁନର ଶବ୍ଦ।
ସାଧାରଣତ ଅକ୍ଷୟ ତୃତୀୟା ଦିନଠୁ ଆରମ୍ଭ ହୋଇଥାଏ ରଥ ନିର୍ମାଣ। କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା ପାଇଁ ରଥ କାର୍ଯ୍ୟ ସ୍ଥଗିତ କରାଯାଇଥିଲା । ରଥ ନିର୍ମାଣ କୌଣସି ଧାର୍ମିକ କାର୍ଯ୍ୟ ହୋଇନଥିବାରୁ ଏହାପାଇଁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ରାଜ୍ୟ ସରକାରଙ୍କୁ ଅନୁମତି ଲୋଡିଥିଲେ। ୨ଦିନ ଧରି ଦ୍ୱନ୍ଦରେ ରହିବା ପରେ କେନ୍ଦ୍ରର ଅନୁମତି ଲୋଡିଥିଲେ ରାଜ୍ୟ ସରକାର ।
କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଦିନ ଅନୁମତି ମିଳିବା ପରେ ଆଜି ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।
ସମାଜିକ ଦୂରତା ରଖାଯିବା ସହିତ ସେବକ ମାନଙ୍କ ହାତକୁ ସାନିଟାଇଜ ମଧ୍ୟ କରାଯାଉଛି। ଏଥି ସହିତ ରଥ ଖଳା ଚାରି ପଟ ମଧ୍ୟ ଧଳା କପଡ଼ାରେ ଅବୋଧ କରା ଯାଇଛି। ଯେପରି ବାହାରର କୌଣସି ଲୋକ ଏହି କାର୍ଯ୍ୟ ଦେଖି ନପରିବେ।
ଶ୍ରୀମନ୍ଦିର ସୂଚନା ଲୋକ ସମ୍ପର୍କ ଅଧିକାରୀ ଲଷ୍ମୀଧର ପୂଜାପଣ୍ଡା ଦେଇଥିବା ସୁଚନା ଅନୁସାରେ ସକାଳ ୮ ଟା ରୁ ରାତି ୧୦ ଟା ଯାଏଁ ନିର୍ମାଣ କାର୍ଯ୍ୟ ଚାଲୁ ରହିବ ।
Comments are closed.