Latest Odisha News

BREAKING NEWS

ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ

ପୁରୀ ପୁରୀ : ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। କେଵଳ ତିନି ରଥରେ କପଡା ପକାଯିବା କାର୍ଯ୍ୟ ଚାଲୁ ରହିଛି। ତେବେ ରଥ ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ରେ ହେବ ସେ ନେଇ ପୁରୀ ଜିଲାପାଳ ସ୍ଥିତି ସମୀକ୍ଷା କରିଛନ୍ତି। ଜିଲାପାଳ ଙ୍କ ସୂଚନା ଅନୁଯାୟୀ src ଙ୍କ ଗାଇଡ଼ ଲାଇନ ଅନୁଯାୟୀ ୩ ହଜାର ସେଵାୟତଙ୍କ କୋଭିଡ ଟେଷ୍ଟ ହୋଇଛି । ସେହିପରି ଏକ ହଜାର ସରକାରୀ କର୍ମଚାରୀଙ୍କର କୋଭିଡ ଟେଷ୍ଟ ଖୁବ ଶୀଘ୍ର ଶେଷ ହେବ।

ଯେଉଁ ମାନେ ନେଗେଟିଭ ରହିବେ ସେମାନେ ରଥଯାତ୍ରାରେ ସାମିଲ ହେବେ। ସେହିପରି ରଥଯାତ୍ରା ପାଇଁସେବାୟତଙ୍କୁ ମାସ୍କ , ସାନିଟାଇଜର ଯୋଗାଇ ଦିଆଯାଇଛି ।ଅନ୍ୟପଟେ ରବିବାର ପୁରୀରେ ସଟଡାଉନ ରହିବ । ରବିବାର ସନ୍ଧ୍ୟା ୮ ରୁ ବଡ଼ ଦାଣ୍ଡରେ ୧୪୪ ଧାରା ଜାରି ହେବ। ଏହା ୧୩ ତାରିଖ ସନ୍ଧ୍ୟା ୮ ଯାଏ କଟକଣା ରହିବ। ପୁରୀରୁ ସଂଯୋଗ କରୁଥିବା ସଂଯୋଗ ପଥ ଓ ବଡ଼ ଦାଣ୍ଡକୁ ଥିବା ସଂଯୋଗ ପଥ ସିଲ କରାଯିବ ।

ସେହିପରି ଆଜିଠାରୁ ବଡ଼ ଦାଣ୍ଡରେ ଥିବା ସମସ୍ତ ହୋଟେଲ , ଲଜିଂ କୁ ଖାଲି କରାଯିବ। ବଡ଼ ଦାଣ୍ଡରେ ଥିବା ବ୍ୟକ୍ତିଙ୍କ ଘରେ ତାଙ୍କ ଘର ଵ୍ୟକ୍ତି ମାନେ କେଵଳ ରହିବେ। ଅନ୍ୟ କୌଣସି ବ୍ୟକ୍ତି ରହି ପାରିବେ ନାହିଁ। ସେହିପରି ଛାତ ଉପରେ ରଥଯାତ୍ରା ଦେଖିବାକୁ କଟକଣା ରହିଛି। ସୂଚନା ଅନୁଯାୟୀ ପୁରୀକୁ ୧୨ ଟି ଜୋନ୍ରେ ବିଭକ୍ତ କରାଯାଇଛି। ୬୫ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୧୦ ଜଣ ଅତିରିକ୍ତ ଏସପି ରହିବେ ସୁରକ୍ଷା ଦାୟିତ୍ୱରେ ।

 

Comments are closed.