Latest Odisha News

BREAKING NEWS

ଛତର ଯାତ୍ରାରେ ଚଳଚଞ୍ଚଳ ହେଲା ଭବାନୀପାଟଣା

ଭବାନୀପାଟଣା : ଶାରଦୀୟ ଦୁର୍ଗାପୂଜାକୁ ନେଇ ଏବେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଏହି ପୂଜା ଅବସରରେ କଳାହାଣ୍ଡି ଜିଲ୍ଲାରେ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ଆଜି ଛତର ଯାତ୍ରା ଅନୁଷ୍ଠିତ ହୋଇଛି । ଆଜି ନିଶାର୍ଦ୍ଧରେ ମାଣିକେଶ୍ୱରୀ ମନ୍ଦିରରୁ ଏକ ପଟୁଆରରେ ବଡ ଶୋଭାଯାତ୍ରା ବାହାରି ଜେନାଖାଲ ନିକଟକୁ ଅଣାଯାଇଥିଲା । ସେଠାରେ ଗୁପ୍ତନୀତି ଆରମ୍ଭ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଛତର ଯାତ୍ରା ଆରମ୍ଭ ହୋଇଥିଲା ।

ଏହି ଅବସରରେ ସମସ୍ତ କଟକଣା ସତ୍ୱେ ଲୋକଙ୍କ ମନସ୍କାମନା ପୂରଣ ତଥା ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ସେଠାରେ ବଳି ଦିଆଯାଇଛି । ସୂଚନା ଅନୁଯାୟୀ ଏହି ଛତର ଯାତ୍ରାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସମାଗମ ହୋଇଥିଲା ବେଳେ ରାଜ୍ୟ ବାହାରୁ ମଧ୍ୟ ଭକ୍ତମାନେ ଆସି ଏହି ଯାତ୍ରାରେ ଯୋଗ ଦେଇଥିôବା ନେଇ ଜଣାପଡିଛି । ଆହୁରି ମଧ୍ୟ ଜେନାଖାଲରୁ ମାଣିକେଶ୍ୱରୀ ମନ୍ଦିର ଯାଏଁ ଦୀର୍ଘ ୪କିମି ରାସ୍ତା ରକ୍ତରଞ୍ଜିତ ହୋଇପଡିଥିଲା ।

ଏଥିସହିତ ଭବାନୀପାଟଣାରେ ଜିଲ୍ଲାପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ବେଳେ ଭକ୍ତଙ୍କ ସମାଗମକୁ ଦେଖି ପାଖାପାଖି ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.