Latest Odisha News

BREAKING NEWS

# ମି-ଠୁ ଜାଲରେ ଫସିଲେ କେନ୍ଦ୍ରମନ୍ତ୍ରୀ ଏମ.ଜେ ଆକବର, ଇସ୍ତଫା ଦେଲେ

ନୂଆଦିଲ୍ଲୀ : ‘ମି-ଠୁ’ ଅଭିଯାନକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଥିବାବେଳେ ଏଥିରେ କିଛି ନେତା ଓ ଅଭିନେତାଙ୍କର ନାମ ମଧ୍ୟ ଛନ୍ଦି ହୋଇପଡିଛି । ଏହି ମି-ଠୁ ଜାଲରେ ଫସିବା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବର ।

ଏହି ଘଟଣାରେ କିଛି ଦିନ ପୂର୍ବେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବରଙ୍କ ନାମରେ ଅଭିଯୋଗ ଆସିଥିବା ନେଇ ଦେଖିବାକୁ ମିଳିଥିଲା ।

ସୂଚନା ଅନୁଯାୟ ସାମ୍ବାଦିକା ପ୍ରିୟା ରମଣୀ ତାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ପ୍ରିୟାଙ୍କ ପରେ ଧିରେଧିରେ ଅନ୍ୟମାନେ ତାଙ୍କ ବିରୋଧରେ ଏହି ଆରୋପ ଲଗାଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ପାଖାପାଖି ୧୬ ଜଣ ସାମ୍ବାଦିକ ଆକବରଙ୍କ ବିରୋଧରେ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ ।

ଏଥିସହିତ ଆକବର ବିଦେଶରୁ ଫେରିବା ପରେ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଏହି ଅଭିଯୋଗ ଗୁଡିକରେ କୌଣସି ସତ୍ୟତା ନଥିବା କହି ସଫେଇ ଦେଇଥିଲେ । ଏହି ଘଟଣା ପରେ ଏମ.ଜେ ଆକବର ପ୍ରିୟା ରମଣୀଙ୍କ ବିରୋଧରେ ଦିଲ୍ଲୀର ଏକ ଅଦାଲତରେ ମାନହାନି ମୋକଦମା ମଧ୍ୟ ଦାୟର କରିଥିଲେ ।

ପ୍ରିୟାଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର ହେବାପରେ ବର୍ତ୍ତମାନ ସମୟରେ ପାଖାପାଖି ୧୦ ଜଣ ମହିଳା ସାମ୍ବାଦିକା ସାମ୍ନାକୁ ଆସିବା ସହ ପ୍ରିୟା ରମଣୀଙ୍କୁ ସମର୍ଥନ କରିଥିବା ନେଇ ଜଣାପଡିଛି । ତେବେ ଏହି ସବୁ ସାମ୍ବାଦିକ ମାନେ ‘ଦ ଏସିଆନ ଏଜ ଖବରକାଗଜ’ ରେ କାର୍ଯ୍ୟ କରୁଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.