Latest Odisha News

BREAKING NEWS

ଆଜି ଛତିଶାନିଯୋଗ ବୈଠକ, ଜଗା ଦର୍ଶନକୁ ନେଇ ଆସିପାରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ସାରା ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ କଟକଣା କଡାକଡି କରାଯାଇଛି।

ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ନେଇ ଘୋଷଣା କରାଯାଇଥିଲା ବେଳେ କୀର୍ତ୍ତିରାଜି ଗୁଡିକରେ ପର୍ଯ୍ୟଟକଙ୍କ ଆଗମନକୁ ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା ନେଇ ଆଜି ଛତିଶାନିଯୋଗ ବୈଠକ ହେବ। ଭର୍ଚୁଆଲ ମାଧ୍ୟମରେ ମଧ୍ୟାହ୍ନ ୧୨ଟାରେ ଏହି ବୈଠକ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ।

ସୂଚନା ଅନୁଯାୟୀ ଏହି ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମେତ ଛତିଶା ନିଯୋଗର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିବେ। କରୋନା ସମୟରେ ଶ୍ରୀମନ୍ଦିରରେ କିଭଳି ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ନା ବନ୍ଦ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ।

ଏହାସହ ଜୀବନ ଜୀବିକାକୁ କିଭଳି ଭାବରେ ନିୟନ୍ତ୍ରିତ କରାଯିବ ସେନେଇ ମଧ୍ୟ ଆଜିର ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Comments are closed.