Latest Odisha News

BREAKING NEWS

ବିମାନବନ୍ଦରରେ ପହଞ୍ଚିବା ପରେ ହାଇଦରକୁ କଟକ ନେଲା ପୋଲିସ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ହାଇଦ୍ରାବାଦରୁ ଗିରଫ ଗ୍ୟାଙ୍ଗଷ୍ଟର ହାଇଦର । ସକାଳ ପ୍ରାୟ ୯ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ହାଇଦରକୁ ନେଇ ପୋଲିସ ପହଞ୍ଚିଥିଲା । ସେଠାରେ ହାଇଦରର କରୋନା ଟେଷ୍ଟ କରାଯାଇଥିଲା । ତା’ପରେ ପୋଲିସ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗିରଫ ହାଇଦରକୁ ବିମାନବନ୍ଦରରୁ କଟକ ନେଇଛି । କଟକରେ ହାଇଦରକୁ କୋର୍ଟ ଚାଲାଣ କରାଯିବ ।

ଗତକାଲି ତେଲଙ୍ଗାନା ପୋଲିସ ସହାୟତାରା ହାଇଦରକୁ କଟକ ପୋଲିସର ସ୍ୱତନ୍ତ୍ର ଟିମ୍ ସାଙ୍ଗାରେଡ୍ଡୀ ଜିଲ୍ଲାରୁ ଗିରଫ କରିଥିଲା । ବାଇକରେ ଯାଉଥିବା ବେଳେ ପୋଲିସ ହାଇଦରକୁ ହାଇଦ୍ରାବାଦ ଉପକଣ୍ଠରୁ ଗିରଫ କରିଥିଲା । ଫେରାରର ୫ ଦିନ ପରେ ହାଇଦରକୁ ରାଜ୍ୟ ବାହାରୁ ଗିରଫ କରିଥିଲା ପୋଲିସ ।

ମାର୍ଚ୍ଚ ୨୩ ତାରିଖରେ ଚିକିତ୍ସା ବାହାନାରେ ହାଇଦର କଟକ ଏସସିବି ଆସିଥିଲା । ଗତ ୧୦ ତାରିଖରେ ହାଇଦର ଏସସିବିରୁ ଚମ୍ପଟ୍ ମାରିଥିଲା । ଗ୍ୟାଙ୍ଗଷ୍ଟର ହାଇଦର ଫେରାର୍ ପରେ ପୋଲିସ ୬ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ରାଜ୍ୟ ବିଭିନ୍ନ ସ୍ଥାନରେ ପୋଲିସ୍ ରେଡ୍ ଜାରି ରଖିଥିବା ବେଳେ ଗୁରୁବାର ରାତିରେ ହାଇଦରକୁ ତେଲଙ୍ଗାନାରୁ ଧରିବାକୁ ସକ୍ଷମ ହୋଇଥିଲା ପୋଲିସ ।

Leave A Reply

Your email address will not be published.