Latest Odisha News

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ !

ରାୟପୁର: ମୁଖ୍ୟମନ୍ତ୍ରୀଙ୍କୁ ଚାବୁକ ମାଡ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ଖାଇବାକୁ ପଡିଛି ଚାବୁକ ମାଡ । କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ସମସ୍ତଙ୍କ ମଙ୍ଗଳ କାମନା କରି ବଘେଲ ଚାବୁକ ମାଡ ଖାଇଛନ୍ତି ।

ଗୋବର୍ଦ୍ଧନ ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଦୁର୍ଗ ଜିଲ୍ଲାର ଜଂଜଗିରି ଗାଁରେ ପହଞ୍ଚି ଗୋମାତାଙ୍କୁ ପୂଜା କରିବା ସହ ଖାଇବାକୁ ଦେଇଥିଲେ। ଏହାପରେ ସମସ୍ତଙ୍କ ମଙ୍ଗଳ କାମନା ପାଇଁ ଚାବୁକ ପ୍ରହାର ଖାଇବାର ପରମ୍ପରା ପାଳନ କରିଥିଲେ।

ପରମ୍ପରା ମୁତାବକ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ଚାବୁକରେ ମାରିଥିଲେ। ପରମ୍ପରା ପାଳନ କରି ସାରିବା ପରେ ଏହା ସମସ୍ତଙ୍କ ମଙ୍ଗଳ ପାଇଁ କରାଯାଏ ବୋଲି ବଘେଲ କହିଥିଲେ। ପୂଜା ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ କରୋନା ନିୟମ ପାଳନ କରିବା ସହିତ ସହିତ ମାସ୍କ ପିନ୍ଧିବାକୁ ମଧ୍ୟ କହିଥିଲେ।

Leave A Reply

Your email address will not be published.