Latest Odisha News

BREAKING NEWS

ନୂଆ ଆଶା ସୃଷ୍ଟି କଲା ଚିତା ଆଶା, ଜନ୍ମ କଲା ୩ ଶାବକ

ମଧ୍ୟପ୍ରଦେଶ: କୁନୋ ନ୍ୟାସନାଲ ପାର୍କରୁ ଆସିଲା ଖୁସି ଖବର । ନୂଆ ଆଶା ସୃଷ୍ଟି କଲା ଚିତା ଆଶା । ନାମିବିଆର ଚିତା ଆଶା 3 ଛୁଆ ଜନ୍ମ ଦେଇଛନ୍ତି | ଏହାକୁ ମିଶାଇ କୁନୋ ଜାତୀୟ ଉଦ୍ୟାନରେ ଚିତା ସଂଖ୍ୟା ୧୮ରେ ପହଞ୍ଚିଛି । ୩ ଶାବକ ସୁସ୍ଥ ଥିବା ବେଳେ ସେମାନଙ୍କ ଭିଡିଓ ଏବେ ସାମ୍ନାକୁ ଆସିଛି । ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେଦ୍ର ଯାଦବ ।

ସୋସିଆଲ ମିଡିଆ ‘ଏକ୍ସ’ରେ ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି, “କୁନୋ ନ୍ୟାସନାଲ ପାର୍କ ତିନିଜଣ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିଛି। ଏହି ଛୁଆମାନେ ନାମିବିଆର ଚିତା ଆଶା ପାଖରୁ ଜନ୍ମ ହୋଇଛନ୍ତି।” ଗତ ମାର୍ଚ୍ଚ ୨୦୨୩ରେ ଚିତା ‘ଜୁୱାଲା’ ୪ଟି ଛୁଆ ଜନ୍ମ ଦେଇଥିବା ବେଳେ ସେଥିରୁ ମାତ୍ର ଗୋଟିଏ ବଞ୍ଚିଥିଲା ।

ସୂଚନାଥାଉକି, ଭାରତରେ ଚିତା ପ୍ରୋଜେକ୍ଟ ଅନୁଯାୟୀ କୁନୋ ନାସନାଲ ପାର୍କକୁ ୨୦୨୨ ସେପ୍ଟେମ୍ବର ୧୭ରେ, ପର୍ଯ୍ୟାୟକ୍ରମେ ନାମିବ୍ୟାରୁ ୮ ଏବଂ ଦକ୍ଷିଣ ଆଫ୍ରିକାରୁ ୧୨ ଚିତା ଅଣାଯାଇଥିଲା । ଏହାରି ଭିତରେ କୁନୋରେ ୬ ଚିତାଙ୍କ ମୃତ୍ୟୁ ଘଟିଥିଲା। ହେଲେ ଏବେ ତିନି ଶାବକଙ୍କ ଜନ୍ମ ପରେ କୁନୋରେ ଚିତାଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି।

Comments are closed.