Latest Odisha News

BREAKING NEWS

ପୋଲିସ ଏଏସଆଇ ଙ୍କୁ ମରଣାନ୍ତକ ଆକ୍ରମଣ, ଅବସ୍ଥା ସଙ୍କଟାପନ୍ନ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମନମୁଣ୍ଡା ଥାନା ଅଧୀନ ଦପଲ୍ଲା ଗ୍ରାମରେ ଅପହରଣ ମାମଲାର ତଦନ୍ତ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ପୋଲିସ ଏଏସଆଇ । ଗୁରୁତର ପୋଲିସ କର୍ମଚାରୀ ଜଣକ ହେଲେ ମନମୁଣ୍ଡା ଥାନା ର ଏଏସଆଇ କୁମୁଦ ଭୋଇ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଗତକାଲି ଦପଲ୍ଲା ଗ୍ରାମରେ ଏକ ଅପହରଣ ଘଟଣାରେ ତଦନ୍ତ ପାଇଁ ଏଏସଆଇ କୁମୁଦ ଭୋଇ ପିସିଆର ଭ୍ୟାନ୍‌ରେ ନିଜ ଟିମ୍ ସହ ଦପଲ୍ଲା ଗ୍ରାମକୁ ଯାଇଥିଲେ । ଏହି ସମୟରେ କିଛି ବ୍ୟକ୍ତି ତାଙ୍କ ଭ୍ୟାନଙ୍କୁ ଅଟକାଇଥିଲେ । ହେଲେ କେହି କିଛି ବୁଝିବା ପୂର୍ବରୁ ଉକ୍ତ ବ୍ୟକ୍ତି ମାନେ ଏଏସଆଇ କୁମୁଦ ଭୋଇ ଙ୍କୁ ଠେଙ୍ଗା ରେ ପିଟିବା ଆରମ୍ଭ କରିଥିଲେ । ଏହାପରେ ସେମାନେ ସ୍ଥାନ ଛାଡି ଫେରାର ହୋଇଯାଇଥିଲେ ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର କୁମୁଦ ଭୋଇଙ୍କୁ ପ୍ରଥମେ ସୋନପୁର ମେଡିକାଲ ନିଆୟାଇଥିଲା । ସେଠାରେ ତାଙ୍କ ଅବସ୍ଥା ଆହୁରି ଖରାପ ହେବାରୁ ବଲାଙ୍ଗିର ମେଡିକାଲ ଓ ପରେ ବରଗଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ବୁତ୍ତଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ହୋମଗାର୍ଡ ଓ ଗାଡି ଡ୍ରାଇଭର । ଏହି ଘଟଣାରେ ପୋଲିସ ଓକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.