ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଆଉ ଏକ ଚୀତାର ମୃତ୍ୟୁ ଘଟିଛି । ଆଫ୍ରିକାରୁ ଅଣାଯାଇଥିବା ପୁରୁଷ ଚୀତା ସୂରଜର ମୃତ ଶରୀର ଶୁକ୍ରବାର ମିଳିଥିଲା । କୁନୋରେ ୪ ମାସ ମଧ୍ୟରେ ୮ଟି ଚୀତାର ମୃତ୍ୟୁ ଘଟି ସାରିଛି । ଯାହାକି ଏକ ଚିନ୍ତାର ବିଷୟ । ଚଳିତ ସପ୍ତାହରେ ୨ଟି ଚୀତା ମୃତ୍ୟୁବରଣ କରିଛନ୍ତି । ବନ ଅଧିକାରୀ ସୂରଜର ପ୍ରକୃତ ମୃତ୍ୟୁ କାରଣ ଖୋଜୁଛନ୍ତି । ମଙ୍ଗଳବାର ଏକ ମାଇ ଚୀତା ସହ ତେଜସର ହିଂସକ ଲଢ଼େଇ ହୋଇଥିଲା । ଏଥିରେ ତେଜସର ମୃତ୍ୟୁ ଘଟିଥିଲା । ତେଜସ ଓ ସୂରଜ ମଧ୍ୟରେ ମାଇ ଚୀତାକୁ ନେଇ ମଧ୍ୟ ସଂଘର୍ଷ ହୋଇଥିଲା । ଏହି ଲଢ଼େଇରେ ତେଜସର ବେକରେ ବଡ ଧରଣର କ୍ଷତ ସୃଷ୍ଟି ହୋଇଥିଲା ।
ମଙ୍ଗଳବାର ଏହାର ମୃତ୍ୟୁ ଘଟିବା ପରେ ଶୁକ୍ରବାର ଆହତ ହୋଇଥିବା ସୂରଜ ମଧ୍ୟ ଆରିପାରିକୁ ଚାଲିଯାଇଛି । ଅଗ୍ନି ନାମକ ଆଉ ଏକ ଚୀତା ମଧ୍ୟ ଆହତ ଅଛି ଏବଂ ଏହାର ଚିକିତ୍ସା ଚାଲିଛି । ୭୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ନାମ୍ବିଆ ଓ ଦକ୍ଷିଣ ଆଫ୍ରିକାରୁ ଯଥାକ୍ରମେ ୮ ଓ ୧୨ଟି ଚୀତା ଅଣାଯାଇଥିଲା ।
Comments are closed.