ଯାଜପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଧର୍ମଶାଳା ବିଜୁ ଯୁବ ଜନତା ଦଳ ପକ୍ଷରୁ ୧୦୮ ଦୀପଦାନ। ଆଜି ସକାଳୁ ଯାଜପୁର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଗୋକର୍ଣ୍ଣେଶ୍ୱର ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ୧୦୮ ଦୀପ ଦାନ କରିଛନ୍ତି ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା। ବ୍ଲକ ଯୁବ ବିଜେଡି ସଭାପତି କ୍ଷିତିଶ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ଶତାଧିକ କର୍ମୀ ଯୋଗଦେଇ ବାବା ଗୋକର୍ଣ୍ଣେଶ୍ୱରଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦୀପଦାନ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ବାହାରି ଜାରକା ବଜାର ପରିକ୍ରମା କରିଥିଲେ। ମୁଖ୍ୟମନ୍ତ୍ରୀ ସୁସ୍ଥ ଓ ନିରାମୟ ରହିବା ସହ ଓଡ଼ିଶାବାସୀଙ୍କ ସେବାରେ ଆହୁରି ଅଗ୍ରସର ହୁଅନ୍ତୁ ବୋଲି କାମନା କରାଯାଇଥିଲା।
BREAKING NEWS
- ବରଗଡ଼ରୁ ସୁନା ଗହଣା ବ୍ୟବସାୟୀଙ୍କୁ ଉଠାଇ ନେଲା କୋଲକତା ପୋଲିସ…
- ମାଲେସିଆ ଓପନ ବ୍ୟାଡମିଂଟନ: ସେମିରେ ସିନ୍ଧୁଙ୍କ ହାର ସହ ଭାରତର ଅଭିଯାନ ଶେଷ
- ଟି୨୦ ବିଶ୍ୱକପ: ବାଂଲାଦେଶ ବିବାଦ ନେଇ ମୁହଁ ଖୋଲିଲା ବିସିସିଆଇ
- Odia Star Video Viral: ଇଣ୍ଟରନେଟରେ ଭାଇରାଲ ହେଉଛି ଏହି ଓଡ଼ିଆ ହିରୋଇନଙ୍କ ଭିଡିଓ…ଯିଏ ଦେଖୁଛି କହୁଛି ୱାଃ…ଜାଣନ୍ତୁ କିଏ ସେ ଅଭିନେତ୍ରୀ?
- Indian Family appeals to Modi: କ୍ଷମା ସତ୍ତ୍ୱେ ବି ପୂର୍ବତନ ନୌସେନା ଅଧିକାରୀଙ୍କୁ ଛାଡୁନି କାତାର, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆବେଦନ କଲେ ପରିବାର ଲୋକେ…
- WPL 2026: ଇତିହାସ ରଚିଲେ ହରମନପ୍ରୀତ କୌର, ଭାଙ୍ଗିଲେ ଶେଫାଲି ବର୍ମାଙ୍କ ରେକର୍ଡ…
- ଆସନ୍ତା ୨୮ରୁ ଚାଲିବ ବଜେଟ ଅଧିବେଶନ
- Us Sell Oil To India: ଭାରତକୁ ତେଲ ବିକିବ ଆମେରିକା
- Iran Protests: ଇରାନରେ ବ୍ୟାପିଲା ବିଦ୍ରୋହ, ଇଣ୍ଟରନେଟ୍ ସେବା ବନ୍ଦ
- Ama Bus: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ‘ଆମ ବସ୍’
Comments are closed.