Latest Odisha News

BREAKING NEWS

କର୍ମଚାରୀଙ୍କୁ ୧୦୦ଟି କାର୍ ଉପହାର ଦେଲା ଚେନ୍ନାଇର ଆଇଟି କମ୍ପାନୀ

ଆଗରୁ ‘କିସଫ୍ଲୋ’ ଦେଇଥିଲା କୋଟିଏ ଟଙ୍କାର ୫ଟି ବିଏମଡବ୍ଲୁ

ଚେନ୍ନାଇ: କରୋନା ମହାମାରୀ ଭିତରେ ସାରା ବିଶ୍ୱ ଆର୍ଥିକ ମାନ୍ଦାବାସ୍ଥାକୁ ଆସିଗଲା । ପ୍ରଭାବିତଙ୍କ ସଂଖ୍ୟା ମାତ୍ରାଧିକ । ହେଲେ କିଛି ଅଣପ୍ରଭାବିତ ସଂସ୍ଥା ଏହି ଆଳରେ ଦରମା କାଟ୍ ସୁଯୋଗ ପାଇଗଲେ । କିନ୍ତୁ ଏମିତି କିଛି ସଂସ୍ଥା ଅଛନ୍ତି, ଏଭଳି ଦୁର୍ଦ୍ଦିନ ଭିତରେ ବି କର୍ମଚାରୀଙ୍କ ପରିଶ୍ରମକୁ ସମ୍ମାନ ଦେବାକୁ ଭୁଲି ନାହାନ୍ତି ।

ଚେନ୍ନାଇ ସ୍ଥିତ ଏକ ଆଇଟି କମ୍ପାନୀ ସୋମବାର ତା’ର ୧୦୦ ଜଣ କର୍ମଚାରୀଙ୍କୁ କାର୍ ଉପହାର ଦେଇଛି । ଏହି ଖବରକୁ ଅଧିକ ରୋଚକ କରିଛି ଦିନକ ଆଗରୁ ଆସିଥିବା ଅନ୍ୟ ଏକ ଉପହାର ଖବର । ସେହି ଚେନ୍ନାଇର ‘କିସ୍ଫ୍ଲୋ’ ନାମକ ଆଇଟି ସଂସ୍ଥା ରବିବାର ତାର ୫ ଜଣ କର୍ମଚାରୀଙ୍କୁ ୫ଟି ବିଏମଡବ୍ଲୁ କାର୍ ଉପହାର ଦେଇଛି । ଆଉ ପ୍ରତ୍ୟେକଟିର ମୂଲ୍ୟ ପ୍ରାୟ କୋଟିଏ ଟଙ୍କାରୁ ଉଦ୍ଧ୍ୱର୍ ।

ସୋମାବାର ‘ଆଇଡିଆସଟୁଆଇଟି’ ତାର ୧୦୦ ଜଣ କର୍ମଚାରୀଙ୍କୁ ୧୦ ବର୍ଷରୁ ଉଦ୍ଧ୍ୱର୍ ଅବିରତ ପରିଶ୍ରମ ସକାଶେ ୧୦୦ଟି ମାରୁତି କାର୍ ଉପହାର ଦେଇଛି । ଏହି କମ୍ପାନୀର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୂରଲୀ ବିବେକାନନ୍ଦନ କହିଛନ୍ତି ଯେ, ‘କାର ସଂସ୍ଥା ପକ୍ଷରୁ ଉପହାର ନୁହେଁ । କର୍ମଚାରୀ ମାନେ ନିଜ ପରିଶ୍ରମ ପାଇଁ ଏହି ଉପଲବ୍ଧି କରିଛନ୍ତି ।’

‘୭-୮ ବର୍ଷ ତଳେ ଆମେ ପ୍ରତିଶୃତି ଦେଇଥିଲୁ ଯେ, ସଂସ୍ଥାର ଉନ୍ନତି ହେଲେ ଆମେ ଲାଭ ବାଣ୍ଟିବୁ । କାର୍ ଆମର ପ୍ରଥମ ଉଦ୍ୟମ । ଆଗକୁ ଆହୁରି ଅଧିକ କିଛି ଯୋଜନା କରୁଛୁ’ ବୋଲି କହିଥିଲେ ବିବେକାନନ୍ଦନ ।

କାର୍ ଉପହାର ପାଇଥିବା ପ୍ରଶାନ୍ତ କହିଛନ୍ତି, ‘ସାଧାରଣତଃ ସୁନା ମୁଦ୍ରା, ଆଇଫୋନ୍ ଆଦି ଉପହାରରେ ମିଳିଥାଏ । କାର୍ ଆମ ପାଇଁ ବହୁତ ବଡ଼ କଥା ।’

Leave A Reply

Your email address will not be published.