Latest Odisha News

BREAKING NEWS

ମାଓ ଦୁର୍ଗ : ମାଲକାନଗିରି ଏସପିଙ୍କ ନିକଟରେ ଦୁର୍ଦ୍ଦାନ୍ତ ମାଓବାଦୀର ଆତ୍ମସମର୍ପଣ

ମାଲକାନଗିରି : ଭୁଷୁଡୁଛି ମାଓ ଦୁର୍ଗ । ମାଲକାନଗିରି ଏସପି ଓ ବିଏସଏଫ ଡିଆଇଜିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ଭନ୍ତାଲା ରାଜୁ । କୋରୁକୋଣ୍ଡା -ପେଦାବାଇଲୁ ଏରିଆ କମିଟି ସଦସ୍ୟ ଥିଲା ସାଗର ଓରଫ ଭନ୍ତାଲା । ୨୦୧୬ ମସିହା ଠାରୁ ଇଷ୍ଟ ବିଶାଖା ଡିଭିଜନ ରେ ସକ୍ରୀୟ ରହି ସ୍ୱାଭିମାନ ଅଂଚଳରେ ବହୁ ହିଂସାକାଣ୍ଡ ଘଟାଇଥିଲା ।

ସ୍ୱାଭିମାନ ଅଂଚଳରେ ପୁଲିସ ଓ ବିଏସଏଫର ଉପସ୍ଥିତି ସାଙ୍ଗକୁ ଘନ ଘନ କୁମ୍ବିଂ ଯୋଗୁଁ ମାଓ ସଙ୍ଗଠନ ଛାଡିଛନ୍ତି ସାଗର । ସାଗରଙ୍କ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରହିଥିବା ବେଳେ ଓଡିଶା ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାଇ ତାଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ମାଲକାନଗିରି ଏସପି ।

ଗତ ୨ ବର୍ଷରେ ୨୦ରୁ ଉର୍ଦ୍ଧ୍ବ ମାଓ କମାଣ୍ଡରମାନେ ଆତ୍ମସମର୍ପଣ କରିଥିବା ବେଳେ ଶହେରୁ ଉର୍ଦ୍ଧ୍ବ ମିଲିସିଆମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିସାରିଲେଣି । ମାଓ ସଂଗଠନରେ ଲାଗି ରହିଥିବା ଭେଦଭାବ,ନିର୍ଯାତନାକୁ ସହ୍ୟ କରି ନପାରି ମାଓବାଦୀମାନେ ଏବେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଅପେକ୍ଷା କରି ରହିଛନ୍ତି ।

ଆଗକୁ ଆହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରିବେ ବୋଲି ପୁଲିସ କହିଛି।ସ୍ବାଭିମାନ ଅଂଚଳ ଏବଂ ବଣ୍ଡାଘାଟିର  ଯନ୍ତାପାଇ, ହନ୍ତାଳଗୁଡା, ଯଡାମ୍ବ,ଗୋରାସେତୁ, ଅଣ୍ଡ୍ରାହାଲ,ମୁଦୁଲିପଡା,ଘନବେଡା,ଯନ୍ତ୍ରୀ ଭଳି ଦୁର୍ଗମ ସ୍ଥାନରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଟା ହେବାପରେ ଘନ ଘନ ଚଢାଉ ଜାରି ରହିଛି ।

Leave A Reply

Your email address will not be published.