Latest Odisha News

BREAKING NEWS

ଚେନ୍ନାଇ ସମ୍ମୁଖରେ ୧୬୩ ରନର ବିଜୟ ଲକ୍ଷ୍ୟ

ଆବୁଧାବି:ଆଇପିଏଲର ୧୩ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ୧୬୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗ୍‌ସ ସମ୍ମୁଖରେ ରଖିଛି । ଟସ୍ ଜିତି ମହେନ୍ଦ୍ର ସିଂ ଧୋନୀ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ମୁମ୍ବାଇ ସୌରଭ ତିୱାରୀ ଓ କ୍ୱିଂଟନ ଡି କକ୍‌ଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ୨୦ ଓଭରରେ ୯ ଉଇକେଟ ବିନିମୟରେ ୧୬୨ ରନ କରିଥିଲା ।

ତିୱାରୀ ସର୍ବାଧିକ ୪୨ରନ କରିଥିବା ବେଳେ ଡି କକ୍ ୩୩ ଓ ରୋହିତ ଶର୍ମା ୧୨ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ଲୁଙ୍ଗି ନିଗିଡି ସର୍ବାଧିକ ୩ଟି ଉଇକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପକ ଚାହର ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ଉଇକେଟ ହାସଲ କରିଥିଲେ ।

Leave A Reply

Your email address will not be published.