Latest Odisha News

BREAKING NEWS

ହାଇଦ୍ରାବାଦ ସମ୍ମୁଖରେ ୧୬୮ ରନର ଲକ୍ଷ୍ୟ

ଦୁବାଇ:ଇଣ୍ଡିଆନ ପ୍ରିମିୟର ଲିଗରେ ମଙ୍ଗଳବାର ଅନୁଷ୍ଠିତ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୬୭ ରନ କରିଛି । ଫଳରେ ମ୍ୟାଚରେ ବିଜୟ ହାସଲ ପାଇଁ ସନରାଇଜର୍ସ ହାଇଦ୍ରାବାଦକୁ ୧୬୮ ରନ ଆବଶ୍ୟକ ହେବ । ଚେନ୍ନାଇ ପକ୍ଷରୁ ସାମ୍ କୁରାନ (୩୧), ଶେନ ୱାଟସନ (୪୨), ଅମ୍ବାତି ରାୟୁଡୁ (୪୧) ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୧ ରନର ଇନିଂସ ଖେଳିଥିଲେ। ଶେଷ ଭାଗରେ ରବୀନ୍ଦ୍ର ଜାଡେଜା ଦ୍ରୁତ ୨୫ ରନ କରି ଅପରାଜିତ ରହିଥିଲେ ।

ହାଇଦ୍ରାବାଦ ପକ୍ଷରୁ ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ ଓ ଟି.ନଟରାଜନ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଟସ୍ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.