Latest Odisha News

BREAKING NEWS

ତାମିଲନାଡ଼ୁ ବନ୍ୟା ବିତ୍ପାତ: ୧୪ଜଣଙ୍କ ମୃତ୍ୟୁ, ସନ୍ଧ୍ୟା ୬ଟା ଯାଏଁ ବିମାନ ଅବତରଣ ବନ୍ଦ

ଚେନ୍ନାଇ: ଚେନ୍ନାଇରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିମାନ ବନ୍ଦର କର୍ତ୍ତୃପକ୍ଷ ଅପରାହ୍ନ ୧ଟା ୧୫ରୁ ୬ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନବନ୍ଦରରେ ବିମାନ ଅବତରଣକୁ ସ୍ଥଗିତ ରଖିଛି। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ, ବିମାନ ଅବତରଣ ବନ୍ଦ ଥିଲେ ମଧ୍ୟ ଉଡ଼ାଣ ପୂର୍ବପରି ଜାରି ରହିବ। ପ୍ରବଳ ବର୍ଷା ଯୋଗୁଁ ତାମିଲନାଡ଼ୁରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ତାମିଲନାଡ଼ୁର ଉତ୍ତର ଚେନ୍ନାଇ, ତିରୁଭାଲୁର, ଚେଙ୍ଗେଲପେଟ୍, କାଞ୍ଚିପୁରମ୍, ରାନିପେଟ୍, ଭିଲୁପୁରମ ଏବଂ କୁଡ଼ାଲୋର ଜିଲ୍ଲା ସମେତ ତାମିଲନାଡ଼ୁର କିଛି ଅଂଶରେ ଭାରତ ପାଣିପାଗ ବିଭାଗ (ଆଇଏମଡ଼ି)ରେଡ଼ ଆଲର୍ଟ ଜାରି କରିଛି।

ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ। ଏହା ଦକ୍ଷିଣ ପୂର୍ବ ଚେନ୍ନାଇଠାରୁ ୧୪୦କିଲୋମିଟର ଦୂରରେ ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଡ଼ିପ୍ରେସନ ସ୍ଥଳଭାଗ ଛୁଁବାବେଳେ ପବନର ବେଗ ଘଣ୍ଟା ପ୍ରତି ୪୦କିଲୋମିଟର ରହିବାର ସମ୍ଭାବନା ରହିଛି।

ଗୁରୁବାର ଦିନ ଚେନ୍ନାଇର ଅନେକ ରାସ୍ତା ଜଳମଗ୍ନ ରହିଛି। ବନ୍ୟାସ୍ଥିତି ମୁକାବିଲା କରିବାକୁ ରାଜ୍ୟରେ ୧୧ଟି ଏନଡ଼ିଆରଏଫ ଦଳ ଓ ୭ଟି ଏସଡ଼ିଆରଏଫ ଦଳ ମୁତୟନ କରାଯାଇଛି। ଏହାର ପ୍ରଭାବରେ ତାମିଲନାଡ଼ୁ, ପୁଡ଼ୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ବର୍ଷା ଲାଗି ରହିଛି।

Leave A Reply

Your email address will not be published.