Latest Odisha News

ଦାନ୍ତ ପାଇଁ ଗଲା ମହିଳାଙ୍କ ଜୀବନ

ଚେନ୍ନାଇ: ନିଜ ଦାନ୍ତକୁ ଗିଳି ମୃତ୍ୟୁମୁଖରେ ପଡ଼ିଲେ ମହିଳା। ପାଣି ପିଇବା ସମୟରେ ଭୁଲରେ ନିଜର କୃତ୍ରିମ ଦାନ୍ତକୁ ଗିଳି ଦେବା ପରେ ଗତ ସପ୍ତାହରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ଚେନ୍ନାଇରୁ ଏଭଳି ଏକ ବିଚଳିତ କଲା ଭଳି ଘଟଣା ସାମ୍‌ନାକୁ ଆସିଛି।

ରିପୋର୍ଟ ଅନୁଯାୟୀ, ଜୁଲାଇ ୪ରେ ଏହି ଘଟଣା ଘଟିଛି। ରାଜଲକ୍ଷ୍ମୀ ନାମକ ମହିଳା ଜଣକ ପାଣି ପିଉଥିବା ବେଳେ ଭୁଲବସତଃ ତାଙ୍କର ତିନୋଟି କୃତ୍ରିମ ଦାନ୍ତ ମଧ୍ୟରୁ ଗୋଟିଏକୁ ଗିଳି ପକାଇଥିଲେ।

ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କଠାରେ ଉଦ୍‌ବେଗକଜନକ ପରିସ୍ଥିତି ନ ଦେଖିବା ପରେ ତାଙ୍କୁ ଡିସ୍‌ଚାର୍ଜ କରିଦେଇଥିଲେ। ପରଦିନ ସେ ହଠାତ୍‌ ଅଚେତ ହୋଇପଡ଼ିଥିଲେ ଏବଂ ତାଙ୍କୁ ହସ୍ପିଟାଲ୍‌ ନେବା‌ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପୋଲିସ୍‌ ତାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। କ୍ରାଇମବ୍ରାଞ୍ଚର ଧାରା ୧୭୪ (ଅସ୍ୱାଭାବିକ ମୃତ୍ୟୁ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ବୋଲି ପୋଲିସ କହିଛି।

Comments are closed.