Latest Odisha News

ଶୋଇଥିବା ବେଳେ ନିଆଁ ଲଗାଇ ହତ୍ୟା ଉଦ୍ୟମ

ଅନୁଗୁଳ : ଅନଗୁଳ ସହର ଆଖଣ୍ଡଳମଣି ମନ୍ଦିର ନିକଟରେ ଘଟିଛି ଅଭାବନୀୟ କାଣ୍ଡ । ମନ୍ଦିର ନିକଟସ୍ଥ ଏକ ସିମେଣ୍ଟ ଚଟାଣରେ ମହମ୍ମଦ ମହବୁଲ ନାମକ ଜଣେ ଯୁବକ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଜଣା ପଡିଛି । ଫଳରେ ନିଆଁରେ ପୋଡି ହୋଇ ମହମ୍ମଦ ମହବୁଲ ଗୁରୁତର ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଯୁବକ ଜଣଙ୍କ ସ୍ଥାନୀୟ ହାତିଶାଳପଡା ଅଞ୍ଚଳର ବୋଲି ଜଣାପଡିଛି । କେହି ଜଣେ ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇ ଦୌଡ଼ି ପଳାଇ ଯାଇଥିଲା । ମହମ୍ମଦ ମହବୁଲର ୬୦ ପ୍ରତିଶତ ଶରୀର ପୋଡି ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ ହେବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ପଠା ଯାଇଛି । ତେବେ କିଏ ଓ କାହିଁକି ଏଭଳି ପେଟ୍ରୋଲ ଢାଳି ନିଆଁ ଲଗାଇଛି ତାହା ଜଣା ପଡି ନାହିଁ ।

Leave A Reply

Your email address will not be published.