Latest Odisha News

BREAKING NEWS

ଗର୍ଭପାତ ବଟିକା ଖାଇ ମହିଳାଙ୍କ ମୃତ୍ୟୁ

ଚେନ୍ନାଇ: ଚେନ୍ନାଇର ଜଣେ ୮ ମାସର ଗର୍ଭବତୀ ମହିଳା ଗର୍ଭପାତର ବଟିକା ଖାଇବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କାରଣ ସେ ପ୍ରସବ ସମ୍ବନ୍ଧୀୟ ଜଟିଳତାକୁ ଭୟ କରୁଥିବା ପୋଲିସ କହିଛି। ମୃତ ମହିଳାଙ୍କ ବୟସ ୨୩ ବର୍ଷ। ସେ ତାଙ୍କ ସ୍ୱାମୀ ଏବଂ ଭାଣିଜୀଙ୍କ ସହ ଚେନ୍ନାଇରେ ରହୁଥିଲେ।

ଇଣ୍ଡିଆ ଟିଭିର ରିପୋର୍ଟ ଅନୁଯାୟୀ ପୋଲିସ କହିଛି ଯେ ସେ ତାଙ୍କ ଭାଣିଜୀ ସହିତ ଜଣେ ମହିଳାଙ୍କ ଶେଷ ଅନ୍ତ୍ୟେଷ୍ଟିରେ ଯୋଗଦେଇଥିଲେ। ଉକ୍ତ ମହିଳାଙ୍କର ପ୍ରସବ ଜନିତ ଜଟିଳତା ହେତୁ ମୃତ୍ୟୁ ହୋଇଥିଲା। ଏହାପରେ ସେ ଚେନ୍ନାଇ ଫେରିବା ଉପରେ ଅତ୍ୟଧିକ ଚାପଗ୍ରସ୍ତରେ ରହିଥିଲେ।

ସେପ୍ଟେମ୍ବର ୨୦ ରେ ଚେନ୍ନାଇରେ ପହଞ୍ଚିବା ପରେ ସେ ବାଥରୁମରେ ଖସିପଡିବା ଯୋଗୁ ପେଟରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ଚିହ୍ନଟ କରିଥିଲେ ଯେ ତାଙ୍କ ଗର୍ଭରେ ସଂକ୍ରମଣ ହୋଇଛି ଏବଂ ପରିସ୍ଥିତି ଗୁରୁତର ଅଛି ଏବଂ ତାଙ୍କ ଗର୍ଭାଶୟକୁ ହଟାଇବାକୁ ପଡିବ ବୋଲି ଡାକ୍ତର ପରିବାର ଲୋକଙ୍କୁ ଜଣାଇଥିଲେ। ତାଙ୍କ ଗର୍ଭାଶୟକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର କରାଯାଇଥିଲା, କିନ୍ତୁ ସେ ସୁସ୍ଥ ହୋଇନଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା।

ତେବେ ପୋଷ୍ଟମର୍ଟମ ଏବଂ ପରିବାର ଲୋକଙ୍କୁ ପଚରାଉଚରା ପରେ ଜଣାପଡିଥିଲା ​​ଯେ ସେ ଗର୍ଭପାତ କରିବା ପାଇଁ ବଟିକା ଖାଇଥିଲେ। ଯାହା ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା।

Comments are closed.