Latest Odisha News

BREAKING NEWS

ଚେସ ଅଲିମ୍ପିଆଡରେ ପ୍ରଥମ ଥର ହେବ ମଶାଲ ଶୋଭାଯାତ୍ରା

ନୂଆଦିଲ୍ଲୀ: ଚେସ ପ୍ରେମୀଙ୍କ ପାଇଁ ଖୁସି ଖବର । ଏଥର ଚେସ ଅଲିମ୍ପିଆଡରେ ପ୍ରଥମ ଥର ପାଇଁ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ୧୯୨୭ରୁ ଆରମ୍ଭ ହୋଇଥିବା ଏହି ଅଲିମ୍ପିଆଡର ୪୪ତମ ସଂସ୍କରଣର ଆୟୋଜକ ଭାରତ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୧୯ରେ ଏହି ମଶାଲ ଶୋଭାଯାତ୍ରାର ଉଦଘାଟନ କରିବେ ବୋଲି କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ଏହା ଦ୍ୱାରା ଭାରତରେ ଚେସ ଆହୁରି ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି । ଭାରତର ୭୫ ସ୍ଥାନ ଦେଇ ଏହି ମଶାଲ ଶୋଭାଯାତ୍ରା ଶେଷରେ ଆୟୋଜନ ସ୍ଥଳୀ ମହବଳୀପୁରମରେ ପଂହଚିବ ।

BjdElectrycity

ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଭାରତର ଦ୍ୱିତୀୟ ମହିଳା ଟିମରେ ଓଡିଶାର ପଦ୍ମିନୀ ରାଉତଙ୍କୁ ସ୍ଥାନ ମିଳିଛି । ଭାରତ ଉଭୟ ପୁରୁଷ ଏବଂ ମହିଳାରେ ୨ଟି ଲେଖାଁଏ ଟିମ ଖେଳାଉଛି ।

Leave A Reply

Your email address will not be published.