Latest Odisha News

BREAKING NEWS

ଗୋଟିଏ ବର୍ଷ ମଧ୍ୟରେ ଟିମ ଇଣ୍ଡିଆକୁ ମିଳିଲାଣି ୬ ଅଧିନାୟକ

ମୁମ୍ବାଇ: ବିସିସିଆଇ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରିଛି । ସେ ଟି୨୦ରେ ଭାରତର ଓଭରାଲ ୯ମ ଅଧିନାୟକ ହେବେ । ତେବେ ଜୁନ ୨୧ରୁ ଏ ପର୍ଯ୍ୟନ୍ତ ଗୋଟିଏ ବର୍ଷ ମଧ୍ୟରେ ଟିମ ଇଣ୍ଡିଆକୁ ୬ଜଣ ଅଧିନାୟକ ମିଳି ସାରିଲେଣି । ଏମାନେ ହେଲେ ରୋହିତ ଶର୍ମା, ବିରାଟ କୋହଲି, ଶିଖର ଧାୱନ, କେଏଲ ରାହୁଲ, ଅଜିଙ୍କ୍ୟ ରାହାଣେ, ରିଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା । କୋହଲି ଜୁନ ୨୧ପରଠାରୁ ୮ ଟେଷ୍ଟ ଏବଂ ୫ଟି ଟି୨୦ରେ ଅଧିନାୟକ ଭାର ସମ୍ଭାଳିଛନ୍ତି । ସେହିପରି ଧାୱନ ୩ଟି ଲେଖାଁଏ ଦିନିକିଆ ଏବଂ ଟି୨୦ରେ ଦଳର ନେତୃତ୍ୱ ନେଇଛନ୍ତି ।

BjdElectrycity

ଅନ୍ୟମାନଙ୍କ ମଧ୍ୟରେ ରାହାଣେ ଗୋଟିଏ ଟେଷ୍ଟ, ରୋହିତ ଶର୍ମା (୨ ଟେଷ୍ଟ, ୩ ଦିନିକିଆ, ୯ଟି୨୦), ରାହୁଲ ୧ ଟେଷ୍ଟ, ୩ ଦିନିକିଆ ଏବଂ ପନ୍ତ ୩ଟି ଟି୨୦ ମ୍ୟାଚରେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି । ଅବଶ୍ୟ ଭାରତୀୟ ପରିସ୍ଥିତି ଏ ଭଳି ହେଲା ଯେ, ବୋର୍ଡକୁ ବାଧ୍ୟ ହୋଇ ଅଧିନାୟକ ବଦଳାଇବାକୁ ପଡିଥିଲା । ତେବେ ସମୀକ୍ଷକଙ୍କ ମତରେ ବାରମ୍ବାର ନେତୃତ୍ୱ ପରିବର୍ତନ ଦଳକୁ ଦିଶାହୀନ କରିପକାଇବ ।

Leave A Reply

Your email address will not be published.