ମୁମ୍ବାଇ: ଭିକି କୌଶଲ ଏବଂ ରଶ୍ମିକା ମନ୍ଦାନା ଅଭିନୀତ ଫିଲ୍ମ ‘ଛାଭା’ ୧୪ ଫେବୃଆରୀରେ ସିନେମା ହଲରେ ରିଲିଜ ହୋଇସାରିଛି । ଫିଲ୍ମଟିର ରିଲିଜ୍ ପୂର୍ବରୁ ଏହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା । ନିର୍ମାତାଙ୍କଠାରୁ ଆରମ୍ଭ କରି ଷ୍ଟାର ପର୍ଯ୍ୟନ୍ତ, ସମସ୍ତଙ୍କର ଏହି ଫିଲ୍ମକୁ ନେଇ ବହୁତ ଆଶା ଥିଲା । ଆଉ ଯାହାକୁ ସଫଳ କରିବାରେ ‘ଛାଭା’ ସକ୍ଷମ ହୋଇଛି । ରିଲିଜର ପ୍ରଥମ ଦିନରେ ଫିଲ୍ମଟି ଜବରଦସ୍ତ ବ୍ୟବସାୟ କରିଛି । ଆସନ୍ତୁ ଜାଣିବା ଭିକି କୌଶଲଙ୍କ ଫିଲ୍ମ ପ୍ରଥମ ଦିନରେ କ’ଣ ହାସଲ କରିଛି ।
ସୂଚନା ଅନୁସାରେ, ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶିତ ଫିଲ୍ମ ଛାବା ପ୍ରଥମ ଦିନରେ ବକ୍ସ ଅଫିସରେ ୩୩ କୋଟି ଟଙ୍କା ସଂଗ୍ରହ କରିଛି । ଏହା ସହିତ ଏହା ମଧ୍ୟ ସ୍ପଷ୍ଟ ହୋଇଯାଇଛି ଯେ ଛାବା ଚଳିତ ବର୍ଷ ଅର୍ଥାତ୍ ୨୦୨୫ ରେ ମୁକ୍ତିଲାଭ କରିଥିବା ସମସ୍ତ ଫିଲ୍ମର ସଂଗ୍ରହକୁ ପଛରେ ପକାଇ ଦେଇଛି । ଚଳିତବର୍ଷ ମୁକ୍ତିଲାଭ କରିଥିବା କୌଣସି ଫିଲ୍ମ ପ୍ରଥମ ଦିନରେ ଏତେ ବଡ଼ କଲେକ୍ସନ କରିନାହିଁ । ପ୍ରଥମ ଦିନରେ ୩୩ ପ୍ରତିଶତ ଅକ୍ୟୁପେନ୍ସି ସହିତ ଅନେକ ଫିଲ୍ମକୁ ମଧ୍ୟ ପଛରେ ପକାଇ ଦେଇଛି ।
ଯଦି ଆଡଭାନ୍ସ ବୁକିଂକୁ ଦେଖାଯାଏ ତେବେ ଫିଲ୍ମଟି ପ୍ରଥମ ଦିନରେ ୨୩ ରୁ ୨୫ କୋଟି ଟଙ୍କା ରୋଜଗାର କରିବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ‘ଛାଭା’ ୩୩ କୋଟି ଟଙ୍କାରୁ ଅଧିକ ରୋଜଗାର କରି ବର୍ଷର ପ୍ରଥମ ବଡ଼ ଓପନର ଫିଲ୍ମ ପାଲଟିଛି । ପ୍ରଥମ ଦିନର ଆୟ ମାମଲାରେ ଭିକି ଅଜୟ ଦେବଗନ, ଅକ୍ଷୟ କୁମାର, କଙ୍ଗନା ରାଣାୱତ ଏବଂ ସୋନୁ ସୁଦଙ୍କୁ ବହୁତ ପଛରେ ପକାଇ ଦେଇଛନ୍ତି । ଏହି ସଂଖ୍ୟା ଦେଖିବା ପରେ, ଆଶା କରାଯାଉଛି ଯେ ‘ଛାଭା’ ବର୍ଷର ସବୁଠାରୁ ବଡ଼ ଫିଲ୍ମ ପ୍ରମାଣିତ ହୋଇପାରେ।
ଭିକି କୌଶଳଙ୍କ ‘ଛାଭା’ ଐତିହାସିକ ନାଟକ ଉପରେ ଆଧାରିତ, ଯାହା ଛତ୍ରପତି ସମ୍ଭାଜୀ ମହାରାଜଙ୍କ କାହାଣୀକୁ ଦର୍ଶାଉଛି । ଛତ୍ରପତି ସମ୍ଭାଜୀ ମହାରାଜ ମରାଠା ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଥିଲେ । ଲକ୍ଷ୍ମଣ ଉତେକର ଏହି ଫିଲ୍ମଟି ନିର୍ଦ୍ଦେଶନା ଦେଇଛନ୍ତି । ‘ଛାଭା’ରେ ଭିକି ଛତ୍ରପତି ସମ୍ଭାଜୀ ମହାରାଜଙ୍କ ରୋଲ ପ୍ଲେ କରୁଛନ୍ତି । ରଶ୍ମିକା ମନ୍ଦାନା ତାଙ୍କ ପତ୍ନୀ ମହାରାଣୀ ୟେସୁବାଇଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଅକ୍ଷୟ ଖାନ୍ନା ଔରଙ୍ଗଜେବଙ୍କ ଭୂମିକାରେ ନଜର ଆସିଛନ୍ତି ।
Comments are closed.