Latest Odisha News

ବିନା ଭକ୍ତରେ ପାଳନ ହେବ ଛତର ଯାତ୍ରା

କଳାହାଣ୍ଡି :କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ଛତର ଯାତ୍ରା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିନା ଭକ୍ତରେ ପାଳନ ହେବ ଛତର ଯାତ୍ରା । ଭବାନିପାଟଣା ସହରରେ ୧୪୪ ଧାରା ଲାଗୁ ହେବ ।

କଳାହାଣ୍ଡିର ଇଷ୍ଟଦେବୀ ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆସନ୍ତା ମାସ ୧୩ ତାରିଖରେ ବିନା ଭକ୍ତ ରେ ଅନୁଷ୍ଠିତ ହେବ । ଏ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଛତର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ଚଳିତ ବର୍ଷ ବି କରୋନା ମହାମାରୀ ଯୋଗୁଁ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଯାତ୍ରା ସମ୍ପନ୍ନ କରାଯିବାର ନିଷ୍ପତି ନିଆଯାଇଛି ।

ଛତରର ନୀତିକାନ୍ତି ପରମ୍ପରା ଅନୁଯାୟୀ କରାଯିବ। ଛତର ଯାତ୍ରାରେ ମାଙ୍କ ଜେନା ବାଦ୍ୟ ଓ ଗୋଟିଏ ଘୁମୁରା ଘୁମୁରା ଦଳ ରହିବେ । ଛତର ଯାତ୍ରା ପୂର୍ବରୁ ଅକ୍ଟୋବର୧୩ ତାରିଖ ଦିନ ସହରରେ ୧୪୪ ଧାରା ଲାଗୁ କରାଯିବା ସହ ସମସ୍ତ ପ୍ରବେଶ ପଥ ଗୁଡିକ ସିଲ କରାଯିବ । ଛତର ଯାତ୍ରା ରେ ମାନସିକ ଧାରୀ ମାନେ କୁକୁଡା , ପାରା , ବୋଦା ଇତ୍ୟାଦି ହଜାର ହଜାର ସଂଖ୍ୟା ବଳି ଦେଇଥାନ୍ତି ବଳି କେମିତି ବନ୍ଦ ହେବ
ଏ ସମ୍ପର୍କରେ ବ୍ଲକ ଓ ପଂଚାୟତ ସ୍ତରରେ ସଚେତନ କରାଯିବାର ବ୍ୟବସ୍ଥା କରାଯାଇଛି ।

ଏହାସହ ଛତର ଯାତ୍ରାର ଟେଲିଭିଜନ ରେ ସିଧା ପ୍ରସାରଣ ବ୍ୟବସ୍ଥା କରାଯିବ ଯାହା ଭକ୍ତ ଘରେ ରହି ଦେଖି ପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଛତର ଯାତ୍ରା ରେ ୫ ପ୍ଲାଟୁନ ରୁ ଅଧିକ ଫୋର୍ସ ମୁତୟନ ହେବା ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ତଦାରଖ କରିବା ପାଇଁ ନିଷ୍ପତି ହୋଇଛି ।

Comments are closed.