Latest Odisha News

BREAKING NEWS

Chhath Puja: କୁଆଖାଇ ନଦୀକୂଳରେ ଆୟୋଜିତ ଛଠ୍‌ପୂଜାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସ୍ଥା ଓ ବିଶ୍ୱାସର ମହାନ ପର୍ବ ‘ଛଠ୍‌ ପୂଜା’ ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସକାଳର ଉଦୟମାନ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିବା ପାଇଁ ଭୁବନେଶ୍ବର ଉପକଣ୍ଠ କୁଆଖାଇ ନଦୀକୂଳରେ ଏକାଠି ହୋଇଥିବା ଭକ୍ତମାନଙ୍କ ସହ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଶ୍ରଦ୍ଧାଳୁଙ୍କ ସହ ଅର୍ଘ୍ୟ ଦେଲେ ମୋହନ ।

ଏହି ପର୍ବରେ ଯୋଗ ଦେବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଳୁମାନଙ୍କର ମନରେ ଉତ୍ସାହ ଆଣିଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଥିଲେ, ଏହି ପର୍ବ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହନ ଦେଉଛି ।

ଏହା ସହ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଲେଖିଛନ୍ତି ଯେ, ସୂର୍ଯ୍ୟ ଉପାସନାର ମହାନ ପର୍ବ ଛଟ୍ ପୂଜା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା । ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂତନ ଉର୍ଜା ଓ ଆଶା ସଞ୍ଚାର କରୁ । ଛଠ୍‌ ପୂଜାରେ ନେତା ଓ ମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଛନ୍ତି ।

ଭୁବନେଶ୍ବରରେ କୁଆଖାଇ, ଦୟାନଦୀ, ବିନ୍ଦୁସାଗର‌ର ଅନେକ ଘାଟରେ ଛଠ୍‌ପୂଜାର ଆୟୋଜନ କରାଯାଇଛି। ଏତଦ୍‌ ବ୍ୟତୀତ ରାଜ୍ୟରେ କଟକ, ରାଉରକେଲା, ସମ୍ବଲପୁର, ଅନୁଗୁଳ, ତାଳଚେର, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଆଦି ସହରରେ ମଧ୍ୟ ଆଜି ଉଦୟମାନ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରାଯାଇଛି ।

Comments are closed.