Latest Odisha News

BREAKING NEWS

ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ, ସ୍ନାନପୂର୍ଣ୍ଣମା ଓ ରଥଯାତ୍ରାକୁ ନେଇ ହେବ ଆଲୋଚନା

ପୁରୀ: ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ। ରାଜେନ୍ଦ୍ରାଭିଷେକ ଠାରୁ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ନୀତିକାନ୍ତି ଚୂଡ଼ାନ୍ତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଛତିଶାନିଯୋଗ ବୈଠକ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଅନ୍ୟ ସଦସ୍ୟ ଯୋଗ ଦେବେ।

ସନ୍ଧ୍ୟା ୬ଟାରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ବୈଠକ। ଆଗାମୀ ସ୍ନାନଯାତ୍ରା ଓ ରାଜେନ୍ଦ୍ରଭିଷେକ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଆଲୋଚନା। ସ୍ନାନପୂର୍ଣ୍ଣମା ନୀତିକାନ୍ତି ଓ ପ୍ରସ୍ତୁତି ସହ ଶୃଙ୍ଖଳିତ ରଥଯାତ୍ରା ଉପରେ ମଧ୍ୟ ଏଥିରେ ଆଲୋଚନା ହେବ ବୋଲି ଜଣାଯାଇଛି। ସ୍ନାନପୂର୍ଣ୍ଣମା ନୀତିନିର୍ଘଣ୍ଟକୁ ଅନୁମୋଦନ କରିବ ଛତିଶାନିଯୋଗ।

ସ୍ନାନଯାତ୍ରାକୁ ଶୃଙ୍ଖଳିତ କରିବା ସହ ଠାକୁରଙ୍କ ପହଣ୍ଡି, ସ୍ନାନ ନୀତି, ହାତୀ ବେସ ଓ ଶୃଙ୍ଖଳିତ ଦର୍ଶନ ଆଦି କିପରି ହେବ ସେନେଇ ବିଶେଷ ଭାବେ ଆଲୋଚନା କରାଯିବ। ବୈଠକରେ ବିଭିନ୍ନ ନିଯୋଗର ସେବାୟତ ଯୋଗ ଦେବା ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ। ଅଣସର ୧୩ଦିନ ପଡ଼ୁଥିବାରୁ ରଥଯାତ୍ରା ଶୃଙ୍ଖଳିତ କରିବାକୁ ଏହି ବୈଠକରେ ଆଲୋଚନା କରାଯିବ।

 

Comments are closed.