Latest Odisha News

BREAKING NEWS

ଯବାନ ଓ ମାଓବାଦୀଙ୍କ ଭିତରେ ଗୁଳିବିନିମୟ, ଡିଆରଜି ଯବାନ ସହିଦ

ରାୟପୁର: ଛତିଶଗଡ଼ ନାରାୟଣପୁର ବିଜାପୁର ଜଙ୍ଗଲରେ ଜାରି ରହିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍। ଗତକାଲିଠାରୁ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଏହି ସମୟରେ ମାଓବାଦୀଙ୍କ ପାଲଟା ଗୁଳିରେ ଗୁରୁତର ହୋଇଥିବା ଜଣେ ଯବାନ ସହିଦ ହୋଇଛନ୍ତି। ଗୁରୁତର ଯବାନଙ୍କୁ ନାରାୟଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଗତକାଲି ଘଟଣାସ୍ଥଳରେ ଅନ୍ୟଜଣେ ଯବାନ ସହିଦ ହୋଇଥିଲେ। ଅବୁଝମାଡ ଜଙ୍ଗଲରେ ଏନକାଉଣ୍ଟରରେ ମାଓନେତା ବାସବରାଜୁଙ୍କ ସମେତ ୨୭ ମାଓବାଦୀଙ୍କୁ ନିପାତ କରିଛି ସେନା। ଏହାପରେ ଏକ ଦଶନ୍ଧି ଭିତରେ ପ୍ରଥମ ଥର ପାଇଁ ମୁଖିଆ ବିହୀନ ହୋଇଯାଇଛି ମାଓ ସଙ୍ଗଠନ। ୭୦ ବର୍ଷୀୟ ବାସବ ରାଜୁ ମାଓବାଦୀଙ୍କ ଟପ୍ ନେତା ଥିଲେ। ବାସବ ରାଜୁ ଜଣେ ଦୁର୍ଦ୍ଦାନ୍ତ ମାଓ ନେତା ହୋଇଥିବା ବେଳେ ତାଙ୍କୁ ଧରାଇ ଦେବା ପାଇଁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଥିଲା । ଅନ୍ୟ ଦୁଇ ବରିଷ୍ଠ ନେତା ମାଲୋଜୁଲ୍ଲା ବେଣୁଗୋପାଳ ଓରଫ୍ ସୋନୁ ଏବଂ ଥିପିରି ତିରୁପତି ଓରଫ୍ ଦେବଜୀଙ୍କର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଗତ କାଲି ଅବୁଝମାଡ ନିକଟ ଜଙ୍ଗଲରେ ମାଓ କମାଣ୍ଡର ‘ବାସବ ରାଜ’ ଲୁଚି ରହିଥିବା ଖବର ମିଳିବା ପରେ ବୁଧବାର ସକାଳେ ୪ଟି ଜିଲ୍ଲା ଯଥାକ୍ରମେ, ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଁଓ ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ(ଡିଆରଜି)ଙ୍କ ମିଳିତ ଅପରେସନ କରାଯାଇଥିଲା। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨୭ ମାଓବାଦୀ ନିପାତ ହୋଇଥିଲେ। ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲେ ‘ବାସବ ରାଜ’ । ଅନ୍ୟପଟେ ହେଲିକପ୍ଟର ଯୋଗେ ୨୬ ଜଣ ମାଓବାଦୀଙ୍କ ମୃତଦେହ ଆସି ଛତିଶଗଡରେ ପହଞ୍ଚିଛି।

Comments are closed.