Latest Odisha News

BREAKING NEWS

ଛତିଶଗଡ଼ ମଦ ଦୁର୍ନୀତି ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ପୂର୍ବତନ ମନ୍ତ୍ରୀ କୱାସି ଲଖମା ଗିରଫ

ରାୟପୁର: ଛତିଶଗଡ଼ରେ ୨ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ମନ୍ତ୍ରୀ କୱାସି ଲଖମାଙ୍କୁ ତଦନ୍ତକାରୀ ସଂସ୍ଥା ଗିରଫ କରିଛି। ତାଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କାର୍ଯ୍ୟାଳୟରୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ। ଲଖମାଙ୍କୁ ଗିରଫ କରିବା ପରେ ଦଳ ରାୟପୁର କୋର୍ଟକୁ ଚାଲାଣ କରିଛି।

ଗତ ବର୍ଷ ଡିସେମ୍ବରରେ ଇଡି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ କୱାସି ଲଖମାଙ୍କ ଘରେ ଚଢାଉ କରିଥିଲା। ତଦନ୍ତକାରୀ ସଂସ୍ଥା ପ୍ରାୟ ୭ଟି ସ୍ଥାନରେ ଚଢାଉ କରିଥିଲା। ଏହି ଚଢାଉରେ ୫୦ରୁ ଅଧିକ ଇଡି ଅଧିକାରୀ ଏବଂ ପ୍ରାୟ ୧୦୦ କର୍ମଚାରୀ ସାମିଲ ଥିଲେ। ପୂର୍ବତନ ମନ୍ତ୍ରୀ ଲଖମାଙ୍କ ବିରୋଧରେ ଅଭିଯୋଗ ଅଛି ଯେ ସେ ଛତିଶଗଡ଼ର ଅବକାରୀ ମନ୍ତ୍ରୀ ଥିବା ସମୟରେ ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ସେ ପ୍ରତି ମାସରେ ୫୦ ଲକ୍ଷ ଟଙ୍କା କମିଶନ ଭାବରେ ନେଉଥିଲେ।

ପୂର୍ବତନ ମନ୍ତ୍ରୀ କୱାସି ଲଖମା ପ୍ରାୟତଃ ତାଙ୍କ ବିବାଦୀୟ ବୟାନ ପାଇଁ ଖବରରେ ଥାଆନ୍ତି। ଡିସେମ୍ବର ମାସରେ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ମଧ୍ୟ ଅୃଇଡି ତାଙ୍କ ବିରୁଦ୍ଧରେ ଚଢାଉ କରିଥିଲା। ଗତ ବର୍ଷ ହିଁ ଛତିଶଗଡ଼ ମଦ ଦୁର୍ନୀତି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ସରକାର ଏହି କଥିତ ଦୁର୍ନୀତିର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଥିଲେ। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ ତତ୍କାଳୀନ ଅବକାରୀ ମନ୍ତ୍ରୀ ଲଖମା ଏହା ବିଷୟରେ ଅବଗତ ଥିଲେ। ଏଫଆଇଆରରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ କମିଶନ ମିଳୁଥିବା ଟଙ୍କା ଲଖମାଙ୍କ ପାଖକୁ ମଧ୍ୟ ଯାଇଥିଲା। ୨୧୬୧ କୋଟି ଟଙ୍କାର ମଦ ଦୁର୍ନୀତିରେ ଏସିବି ୭୦ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା।

 

Leave A Reply

Your email address will not be published.