Latest Odisha News

BREAKING NEWS

ଛତିଶଗଡ଼ରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ:  ଛତିଶଗଡ଼ ବିଜାପୁର ଜିଲ୍ଲାରେ ସ୍ଥାନୀୟ ବିଜେପି ନେତାଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଏନେଇ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ତାଙ୍କ ନାଁ  କୈଳାସ ନାଗ । ସେ ଜିଲ୍ଲାର ବିଜେପି ‘ବିଜନେସ୍ ସେଲ’ ଅଧିକାରୀ ଥିଲେ। ଏଥିସହ ସେ ଠିକାଦର କାମ ମଧ୍ୟ କରୁଥିଲେ ।

ପୁଲିସର ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୫ଟାରେ ଜଙ୍ଗଲା ପୁଲିସ ଥାନା ଅନ୍ତର୍ଗତ ଭୁରିପାଣି ଗାଁରେ ଏହି ଘଟଣା ଘଟିଛି । ରାଜ୍ୟରେ ଜଙ୍ଗଲ ବିଭାଗ ଦ୍ୱାରା ଗାଁରେ ପୋଖରୀ ଖୋଳା କାମ ଚାଲିଛି । ଏହି କାମରେ କୈଳାସଙ୍କ ଜେସିବି ମେସିନ ନିୟାଜିତ ଥିଲା । ହେଲେ ଏହି ସମୟରେ ମାଓବାଦୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ କୈଳାସଙ୍କ ଜେସିବି ମେସିନରେ ନିଆଁ ଲାଗାଇ ଦେଇଥିଲେ । ଏହାପରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

ସୂଚନାଯୋଗ୍ୟ, ଗତ ଏକ ବର୍ଷ ମଧ୍ୟରେ  ମାଓବାଦୀ ପ୍ରଭାବିତ ଅଞ୍ଚଳରେ  ୮ ଜଣ ବିଜେପି ନେତା ଓ ସଦସ୍ୟଙ୍କୁ  ମାଓବାଦୀମାନେ ହତ୍ୟା କରିଛନ୍ତି ।  ଗତ ସପ୍ତାହରେ  ବିଜାପୁର ଜିଲ୍ଲାର  ବିଜେପି ନେତା ତିରୁପତି କାଟଲାଙ୍କୁ  ମାଓବାଦୀମାନେ ହତ୍ୟା କରିଥିଲେ ।  ସେହିପରି ୨୦୨୩ ନଭେମ୍ୱରରେ ନାରାୟଣପୁର ଜିଲ୍ଲାର ବିଜେପି ନେତା ରତନ ଦୁବେଙ୍କୁ ମାଓବାଦୀମାନେ ହତ୍ୟା କରାଯାଇଥିଲା ।

Comments are closed.