Latest Odisha News

BREAKING NEWS

ରଥାରୂଢ ତିନିଠାକୁରଙ୍କ ଶେଷ ହେଲା ଛେରା ପହଁରା ନୀତି

ପୁରୀ: ତିନିରଥରେ ରଥାରୂଢ ତିନିଠାକୁର । ପହଣ୍ଡି ସରିବା ପରେ ଚାଲିଛି ନୀତିକାନ୍ତି । ପୁରୀରେ ରଥଯାତ୍ରା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଗଜପତି ମହାରାଜଙ୍କ ଛେରାପହଁରା ପରେ ତିନିରଥ ମାଉସୀ ମା ଅଭିମୁଖେ ଯାତ୍ରା କରିବେ । ଛେରାପହଁରା ପୂର୍ବରୁ ରଥ ଉପରେ ତିନିଠାରୁଙ୍କୁ ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ । ନିଜ ପାରିଷଦବର୍ଗଙ୍କ ସହ ସେ ରଥରେ ଚତୁୁର୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ଶଙ୍କରାଚାର୍ଯ୍ୟ । ଏହା ପରେ ଗଜପତି ଛେରାପହଁରା ନୀତି ଆରମ୍ଭ କରିଛନ୍ତି ।

ଗଜପତି ମହାରାଜ ପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରିଛନ୍ତି । ତାପରେ ଦେବଦଳନ ଏବଂ ଶେଷରେ ନନ୍ଦିଘୋଷ ରଥର ଛେରାପହଁରା କରିଛନ୍ତି ରାଜା।  ୩ ରଥରେ ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା କରିଛନ୍ତି ଗଜପତି। ଛେରାପହଁରା ନୀତି କରିବାକୁ ଶ୍ରୀନଅରରୁ ଆସିଥିଲେ ଗଜପତି ମହାରାଜା। ତାମଯାନରେ ବସି ସେ ରଥପାଖରେ ପହଞ୍ଚିଥିଲେ।

ଗଜପତି ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ। ଏହାପରେ ଦେବଦଳନ ଓ ଶେଷରେ ନନ୍ଦିଘୋଷ ରଥରେ ଛେରାପହଁରା ହୋଇଥିଲା।ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡ଼ୁରେ ଗଜପତି ଛେରାପହଁରା କରିଥିଲେ । ଏହାପରେ ତିନିରଥରୁ ଚାରମାଳ ଖୋଲାଯାଇ ରଥଟଣା ଆରମ୍ଭ ହେବ ।

 

 

Comments are closed.