ଭୁବନେଶ୍ଵର: ଆପଣମାନେ ଚିକେନ୍ର ତ ଅନେକ ପ୍ରକାରର ରେସିପି ଖାଇଥିବେ, ହେଲେ କେବେ ଚିକେନ୍ ମନଚୁରିଆନ ଖାଇଛନ୍ତି କି ? ଯଦି ନା ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ସୁଆଦିଆ ରେସିପି ବିଷୟରେ କହିବୁ । ଯାହାକୁ ତିଆରି କରିବା ଅତି ସହଜ ଏବଂ ଖଇବା ପାଇଁ ଭାରି ଟେଷ୍ଟି । ତାହେଲେ ଆସନ୍ତୁ ଜାଣିବା ଏହି ରେସିପି ପ୍ରସ୍ତୁତି କରିବାର ପ୍ରଣାଳୀ ।
ଆବଶ୍ୟକୀୟ ସାମଗ୍ରୀ:
୧ କିଲୋ ବୋନଲେସ ଚିକେନ, ୧ ବଡ ଚାମଚ ରସୁଣ ପେଷ୍ଟ, ୫-୬ଟି ଲାଲ ଲଙ୍କା, ୧ ଛୋଟ ଚାମଚ କଳାମରୀଚ ପାଉଡର, ୨ ବଡ ଚାମଚ ଟମାଟୋ କ୍ୟାଚଅପ୍, ୪ ବଡ ଚାମଚ କର୍ଣ୍ଣଫ୍ଲୋର ପେଷ୍ଟ, ୧ କପ୍ ପିଆଜ କଟା ହୋଇଥିବା, ୧/୨-୧/୨କପ୍ ଗାଜର ଏବଂ ଟମାଟୋ ଛୋଟ କଟା ହୋଇଥିବା, ୧ ଛୋଟ ଚାମଚ ଛୋଟ କଟା ରସୁଣ, ୨-୩ଟି କଞ୍ଚା ଲଙ୍କା , ତେଲ ଏବଂ ସ୍ୱାଦାନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ
ସିମଲା ଲଙ୍କା ଏବଂ ପିଆଜକୁ ମେରିନେଟ ସାମଗ୍ରୀ ସହିତ ଚିକେନକୁ ମିଶାଇ ଅଧ ଘଣ୍ଟା ପଯ୍ୟର୍ନ୍ତ ରଖି ଦିଅନ୍ତୁ। କର୍ଣ୍ଣଫ୍ଲୋର ପେଷ୍ଟରେ ଲୁଣ, କଳା ମରୀଚ ପାଉଡର, ଲାଲ ଲଙ୍କା, ରସୁଣ ପେଷ୍ଟ ଏବଂ ଚିନି ମିଶାନ୍ତୁ। କଡାଇରେ ତେଲ ଗରମ କରନ୍ତୁ। ମେରିନେଟ୍ ଚିକେନକୁ ପ୍ରସ୍ତୁତ କରି ରଖିଥିବା ପେଷ୍ଟରେ ବୁଡାଇ ଗରମ ତେଲାର ଛାଣନ୍ତୁ। ଏହା ସୁନେଲି ରଙ୍ଗ ହୋଇଗଲା ପରେ କାଢ଼ି ଟମାଟୋ କେଚଅପରେ ମିଶାଇ ଅଲଗା ରଖିଦିଅନ୍ତୁ। କଡାଇରେ ଦୁଇ ବଡ ଚାମଚ ତେଲ ଗରମ କରନ୍ତୁ। ଏହାପରେ କଟା ହୋଇଥିବା ରସୁଣ, ପିଆଜ ଏବଂ କଞ୍ଚା ଲଙ୍କା ମିଶାଇ ତେଲରେ ଛାଣନ୍ତୁ। ଟମାଟୋ ଏବଂ ଗାଜର ମିଶାଇ ଆଉ କିଛି ସମୟ ପାଇଁ ଛାଣନ୍ତୁ ।ଏବେ ଆପଣଙ୍କର ଚିକେନ ମନଚୁରିଆନ ପ୍ରସ୍ତୁତ ହୋଇଯାଇଛି।
Comments are closed.