Latest Odisha News

କେନ୍ଦ୍ରମନ୍ତ୍ରୀ ଥିବାବେଳେ ନିଜେ ଉଦଘାଟନ କରିଥିବା ସିବିଆଇ ବିଲ୍ଡିଂରେ ରାତି ବିତାଇଲେ ଚିଦାମ୍ବରମ !

ନୂଆଦିଲ୍ଲୀ: ନାଟକୀୟ ଭଙ୍ଗୀରେ ଗିରଫ ହେବାର ଘଣ୍ଟାକ ପରେ ବରିଷ୍ଠ କଂଗ୍ରେସ ମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି ଚିଦାମ୍ବରମ ସିବିଆଇ ବିଲ୍ଡିଂରେ ରାତି କାଟିଥିଲେ । ନୂଆଦିଲ୍ଲୀସ୍ଥିତ ସିବିଆଇ ବିଲ୍ଡିଂରେ ଥିବା ଗେଷ୍ଟ ହାଉସରେ ଚିଦାମ୍ବରମଙ୍କ ରାତିଟି କେବଳ ଅନିଦ୍ରାରେ ହିଁ କଟିଥିବାର ସୂଚନା ମିଳିଛି ।

ସିବିଆଇ ବିଲ୍ଡିଂର ଏହି ଗେଷ୍ଟହାଉସର ୫ ନଂ ସୁଟରେ ରହିଥିଲେ ଏହି ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ । ତାଙ୍କ ପ୍ରକୋଷ୍ଠ ଚାରିପାଖରେ ଦୃଢ ନିରାପତ୍ତା ବ୍ୟବସ୍ଥା କରାଯାଇଥିଲା ।

ସବୁଠାରୁ କୌତୁହଳର କଥାହେଲା ଯେ, ଜଣେ ଅଭିଯୁକ୍ତ ଭାବେ ଚିଦାମ୍ବରମ ବୁଧବାର ରାତିଟି ଯେଉଁ ସିବିଆଇ ଗେଷ୍ଟହାଉସରେ ଅବସ୍ଥାନ କରିଥିଲେ, ସେହି ଗେଷ୍ଟହାଉସଟିକୁ ସେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ୨୦୧୧ ମସିହାରେ ନିଜ ହାତରେ ନଡ଼ିଆ ଭାଙ୍ଗି ଉଦଘାଟନ କରିଥିଲେ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ଏହି ବିଲ୍ଡିଂକୁ ଆଣିବା ପରେ ଚିଦାମ୍ବରମଙ୍କୁ ରାତି ତମାମ ସିବିଆଇ ଦ୍ୱାରା ତାଙ୍କୁ ଜେରା କରାଯାଇଥିଲା । ସେ ନିଜର ପୋଷାକ ବଦଳାଇବା ପରେ ତାଙ୍କୁ କିଛି ରନ୍ଧା ଖାଦ୍ୟ ପରଷା ଯାଇଥିଲା । ରାତି ୧୦ଟା ଠାରୁ ସିବିଆଇର ବରିଷ୍ଠ ପଦାଧିକାରୀ ମାନେ ତାଙ୍କୁ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ସମ୍ପର୍କୀତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ।

Comments are closed.