Latest Odisha News

BREAKING NEWS

ନିର୍ବାଚନ ତାରିଖ ଘୋଷଣା ବେଳେ ଏହି ଭୁଲ କରିଥିଲେ ଆୟୋଗ, ପଢନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଲୋକସଭା ୨୦୨୪ ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ଆୟୋଗର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ସେ ଉଭୟ ଇଂରାଜୀ ଏବଂ ହିନ୍ଦୀରେ ନିଜର ମତ ଉପସ୍ଥାପନ କରୁଥିଲେ, ଯାହା ଦ୍ୱାରା ଲୋକମାନେ ବୁଝିବା ସହଜ ହୋଇଥିଲା। କିନ୍ତୁ ଏହି ନିର୍ବାଚନ ଘୋଷଣା ସମୟରେ ମୁଖ୍ୟ ନିର୍ବାଚନ ଆୟୋଗ କିଛିଟା ଜାଗାରେ ଛୋଟ ଛୋଟ ଭୁଲ କରିଥିଲେ। ଯାହାକୁ ସେ ପରବର୍ତ୍ତି ସମୟରେ ସୁଧାରି ନେଇଥିଲେ।

ନିର୍ବାଚନ ସମୟରେ ହିଂସାକୁ ରୋକିବା ପାଇଁ କିପରି ବ୍ୟବସ୍ଥା କରାଯାଇଛି ସେନେଇ ମୁଖ୍ୟ ନିର୍ବାଚନ କମିଶନର ସୂଚନା ଦେଉଥିଲେ। ଏହି ସମୟ ମଧ୍ୟରେ ସେ ମହାତ୍ମା ଗାନ୍ଧୀଙ୍କର ଏକ କବିତାକୁ ପାଠ କରି ଉଲ୍ଲେଖ କରିଥିଲେ କିନ୍ତୁ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ରାଷ୍ଟ୍ରପତି ମହାତ୍ମା ଗାନ୍ଧୀ ବୋଲି କହିଥିଲେ। ଅନେକ ଲୋକ ସୋସିଆଲ ମିଡିଆରେ ମଧ୍ୟ ଏହା ଉଲ୍ଲେଖ କରିଛନ୍ତି। ଅନ୍ୟ ଏକ ସ୍ଥାନରେ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ‘ଦାରୋମଦାର’ ବଦଳରେ ‘ଦାମୋଦର’। ତେବେ ଅନେକ ଲୋକ ଜାତିର ପିତାଙ୍କୁ ରାଷ୍ଟ୍ରପତି ବୋଲି ଡାକିବା ସହ ସୋସିଆଲ ମିଡିଆରେ ଏହା ମଧ୍ୟ ଉଲ୍ଲେଖ କରିଥିଲେ।

ଏଠାରେ କହି ରଖୁ କି ନିର୍ବାଚନ ସମୟରେ ମିଥ୍ୟା ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ଏଥର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି। ଏଥିପାଇଁ ନିର୍ବାଚନ ଆୟୋଗ ଖୁବ ଶୀଘ୍ର ଏକ ପୋର୍ଟାଲ ଲଞ୍ଚ କରିବାକୁ ଯାଉଛନ୍ତି।

ନିର୍ବାଚନ ଆୟୋଗ କହିଛନ୍ତି ଯେ ଲୋକସଭା ନିର୍ବାଚନ ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ ପର୍ଯ୍ୟନ୍ତ ଚାଲିବ। ଜୁନ୍ ୪ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସାତୋଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଯେଉଁଥିରେ ପ୍ରଥମ ପର୍ଯ୍ୟାୟ ୧୯ ଏପ୍ରିଲରେ, ଦ୍ୱିତୀୟ ପର୍ଯ୍ୟାୟ ୨୬ ଏପ୍ରିଲରେ, ତୃତୀୟ ପର୍ଯ୍ୟାୟ ୭ ମଇରେ, ଚତୁର୍ଥ ପର୍ଯ୍ୟାୟ ୧୩ ମଇରେ ଏବଂ ପଞ୍ଚମ ପର୍ଯ୍ୟାୟ ୨୦ ମଇରେ ଅନୁଷ୍ଠିତ ହେବ। ଷଷ୍ଠ ପର୍ଯ୍ୟାୟ ମେ ୨୫ରେ ଏବଂ ସପ୍ତମ ପର୍ଯ୍ୟାୟ ଜୁନ୍ ୧ରେ ଅନୁଷ୍ଠିତ ହେବ।

Leave A Reply

Your email address will not be published.