Latest Odisha News

BREAKING NEWS

‘ଆତଙ୍କବାଦୀଙ୍କୁ ଭାରତ ମାଟିରେ କବର ଦିଆଯିବ ନାହିଁ’ମୁଖ୍ୟ ଇମାମଙ୍କ ଫତୱା ଜାରି

ନୂଆଦିଲ୍ଲୀ:ଭାରତରେ ମୃତ କୌଣସି ଆତଙ୍କବାଦୀର ଜନାଜେରେ ନମାଜ କୌଣସି ଇମାମ କିମ୍ବା କାଜି ପଢିବେ ନାହିଁ। ଅଲ୍ ଇଣ୍ଡିଆ ଇମାମ୍ ସଂଗଠନର ମୁଖ୍ୟ ଇମାମ୍ ଡକ୍ଟର ଉମର ଅହମ୍ମଦ ଇଲିଆସି ଆତଙ୍କବାଦ ବିରୋଧରେ ଏକ ଫତୱା ଜାରି କରିଛନ୍ତି।

ସେ ଏକ ଫତୱା ଜାରି କରି କହିଛନ୍ତି ଯେ, ‘ଦେଶରେ ନିହତ ହେଉଥିବା ଆତଙ୍କବାଦୀର ଜନାଜେ ନମାଜ ପାଠ କରାଯିବ ନାହିଁ। ଆତଙ୍କବାଦୀମାନଙ୍କୁ ଭାରତ ମାଟିରେ କବର ଦିଆଯିବ ନାହିଁ। ଆତଙ୍କବାଦୀ ସଂଗଠନଗୁଡ଼ିକୁ ମଧ୍ୟ ସେମାନଙ୍କ ନାମରୁ ଇସଲାମ ଏବଂ ମହମ୍ମଦ ଭଳି ଶୁଦ୍ଧ ଶବ୍ଦ ହଟାନ୍ତୁ । ଇସଲାମକୁ ରକ୍ଷା କର, ଇସଲାମ ହେଉଛି ସୁରକ୍ଷା ଏବଂ ଶାନ୍ତିର ଧର୍ମ। ଆମେ ଇସଲାମ ନାମ ଏବଂ ମହମ୍ମଦ ସାହେବଙ୍କ ନାମ ବ୍ୟବହାର କରିବାକୁ ଦେବୁ ନାହିଁ। ଆମେ ଏହି ଘୋଷଣା କରିଛୁ, ଯାହା ଭାରତର ପ୍ରଥମ ଫତୱା, ଏବଂ ଏହା ବିଶ୍ୱ ପାଇଁ ଏକ ବଡ଼ ବାର୍ତ୍ତା। ସାଢେ ପାଞ୍ଚ ଲକ୍ଷ ମସଜିଦରୁ ଘୋଷଣା କରାଯାଇଛି ।

ଅଲ୍ ଇଣ୍ଡିଆ ଇମାମ୍ ସଂଗଠନର ମୁଖ୍ୟ ଡକ୍ଟର ଉମର ଅହମଦ ଇଲିଆସି କହିଛନ୍ତି ଯେ, ପହଲଗାମରେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରିବା ପରେ ଯେପରି ହତ୍ୟା କରାଯାଇଥିଲା, ତାହା ମାନବତାର ହତ୍ୟା। ସେ କହିଥିଲେ ଯେ ଆତଙ୍କବାଦୀର କୌଣସି ଧର୍ମ ନାହିଁ । ଆତଙ୍କବାଦୀ ହେଉଛି ସୈତାନ, ସାମାନଙ୍କ ସହ ସୈତାନ ପରି ବ୍ୟବହାର କରାଯିବା ଉଚିତ । ସେଥିପାଇଁ ଆମେ ପହଲଗାମ ଆକ୍ରମଣ ପରେ ତାଙ୍କ ବିରୁଦ୍ଧରେ ଫତୱା ଜାରି କରିଛୁ।

ବେଲୁଚିସ୍ତାନର ଦାବି ସମ୍ପର୍କରେ ମୁଖ୍ୟ ଇମାମ କହିଛନ୍ତି, ‘ମୁସଲମାନ ସମ୍ପ୍ରଦାୟ ଭାରତର କୂଟନୀତି ଏବଂ ନୀତି ସହିତ ଅଛନ୍ତି।’ ବେଲୁଚିସ୍ତାନ ବହୁ ଦିନ ଧରି ଏକ ଦାବି ହୋଇଆସୁଛି। ପାକିସ୍ତାନ ଅନ୍ୟାୟ କରୁଛି, ବେଲୁଚିସ୍ତାନର ସ୍ୱାଧୀନତାର ସମୟ ଆସିଗଲାଣି। ସ୍ୱାଧୀନତା ସମସ୍ତଙ୍କର ଅଧିକାର, ବେଲୁଚିସ୍ତାନ ସ୍ୱାଧୀନ ହେବା ଉଚିତ।

ଏଥିସହ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସମ୍ପର୍କରେ ସେ କହିଛନ୍ତି, ‘ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଏକ ଜାତୀୟ ପ୍ରସଙ୍ଗ। ଦେଶ ହିତରେ ଯାହା କରାଯାଏ ତାହା ଉପରେ କାହାର କୌଣସି ଆପତ୍ତି ରହିବା ଉଚିତ୍ ନୁହେଁ। ୱାକଫ୍ ଆଇନ ସମ୍ପର୍କରେ ଡକ୍ଟର ଇଲିଆସି କହିଛନ୍ତି, ‘ଏହି ମାମଲା ବିଚାରାଧୀନ ଅଛି, ତଥାପି ଭାରତ ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂତନ ଆଇନ  ଅନେକ ଦୃଷ୍ଟିରୁ ଭଲ।’

Comments are closed.