Latest Odisha News

BREAKING NEWS

ପ୍ରଧାନ ବିଚାରପତିଙ୍କ ଫିଟନେସ ରାଜ୍

ନୂଆଦିଲ୍ଲୀ: ଚିଫ୍ ଜଷ୍ଟିସ ଅଫ୍ ଇଣ୍ଡିଆ ଡି ୱାଇ ଚନ୍ଦ୍ରଚୂଡ ନିକଟରେ ନିଜର ଫଟିନେସର ରାଜ୍ ଖୁଲାସା କରିଛନ୍ତି। ସେ ପ୍ରତିଦିନ ଭୋର ୩.୩୦ରେ ଉଠନ୍ତି। ନିଜର ନିତ୍ୟକର୍ମ ସରିଲା ପରେ ଯୋଗ  କରନ୍ତି। ସେ ଶାକାହାରୀ ଭୋଜନ ଖାଆନ୍ତି। କାର୍ଯ୍ୟ ଚାପରୁ ମୁକାବିଲା ପାଇଁ ଏକ ସୁସ୍ଥ ଜୀବନ ଶୈଳୀ ଅନୁକରଣ କରିବାକୁ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ପରାମର୍ଶ ଦେଇଛନ୍ତି। କୋର୍ଟରେ ସେ ଆଉ ତାଙ୍କର ସହଯୋଗୀ ଯେପରି ଚାପରେ ରହିଥାଆନ୍ତି , ତେଣୁ ସୁସ୍ଥ ଜୀବନ ଶୈଳୀ ବଜାୟ ରଖିବା ଆବଶ୍ୟକ ବୋଲି କହିଛନ୍ତି । ସୁପ୍ରିମକୋର୍ଟରେ ଏକ ଆୟୁଷ ହୋଲିଷ୍ଟିକ ୱେଲନେସ୍ ସେଣ୍ଟର ଉଦଘାଟନ କରିବା ଅବସରରେ ପ୍ରଧାନ ବିଚାରପତି ଏହା କହିଛନ୍ତି।

ସେ ଆହୁରି କହିଛନ୍ତି, ‘‘ଏଭଳି ଅଭ୍ୟାସ କେବଳ ବିଚାରପତି ଏବଂ ସେମାନଙ୍କର ପରିବାର ପାଇଁ ନୁହେଁ ସୁପ୍ରିମକୋର୍ଟର‌ ସମସ୍ତ କର୍ମଚାରୀ ମଧ୍ୟ ଏଭଳି ଅଭ୍ୟାସ ଜରିଆରେ ସୁସ୍ଥ ରହିବା ଜରୁରୀ।’’

ଏକ ଗଣମାଧ୍ୟମକୁ ପ୍ରଧାନ ବିଚାରପତି କହିଛନ୍ତି, ଯୋଗ କରିବା ପାଇଁ ମୁଁ ଭୋର ୩.୩୦ ରେ ଉଠେ। ଗତ ପାଞ୍ଚ ମାସ ହେବ ମୁଁ ଏକ ‌ଭେଜାନ ଡାଏଟ ଅନୁସରଣ କରୁଛି। ମୁଁ ଜୀବନର ସାମଗ୍ରୀକ ଢାଞ୍ଚା ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରେ। ମୁଁ ବିଶ୍ୱାସ କରେ ଯେ, ସୁସ୍ଥ ଜୀବନ ଶୈଳୀ ସହ ବଞ୍ଚିବା ଜରୁରୀ। କେବଳ ବିଚାରପତି ଏବଂ ସେମାନଙ୍କର ପରିବାର ପାଇଁ ନୁହେଁ କର୍ମଚାରୀ ମାନେ ମଧ୍ୟ ସୁସ୍ଥ ଜୀବନ ଶୈଳୀକୁ ଆପଣେଇବା ଜରୁରୀ। ଯହା ଦ୍ୱାରା ଆମେ ସମସ୍ତଙ୍କୁ ଏକ ସୁସ୍ଥ ବାର୍ତ୍ତା ପ୍ରଚାର କରିପାରିବା।

ବିଶେଷକରି ବିଚାରପତି ସେମାନଙ୍କ ପରିବାର ଏବଂ କର୍ମଚାରୀଙ୍କ ପାଇଁ ଆୟୁର୍ବେଦ ଏବଂ ସାମଗ୍ରୀକ ଅଭ୍ୟାସକୁ ପ୍ରତ୍ସାହିତ କରିବା ଆୟୁଷ ହୋଲିଷ୍ଟିକ ୱେଲନେସ୍ ସେଣ୍ଟରର ଉଦ୍ଦେଶ୍ୟ ରହିଛି ।

Leave A Reply

Your email address will not be published.