Latest Odisha News

BREAKING NEWS

ହାର୍ଟ ଆଟାକ ଓ କାର୍ଡିୟକ ଆରେଷ୍ଟ ମଧ୍ୟରେ ପାର୍ଥକ୍ୟ କ’ଣ? ଜାଣନ୍ତୁ କେଉଁ ଲକ୍ଷଣରୁ କିପରି ବୁଝିବେ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ଲକ୍ଷଣଗୁଡ଼ିକ ପ୍ରାୟତଃ ସମାନ ଅଟେ । ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ପାର୍ଥକ୍ୟ ଜାଣିପାରନ୍ତି ନାହିଁ । ସରଳ ଭାଷାରେ ଡାକ୍ତରଙ୍କ ଠାରୁ ବୁଝନ୍ତୁ ହାର୍ଟ ଆଟାକ ଏବଂ କାର୍ଟିୟକ ଆରେଷ୍ଟ ମଧ୍ୟରେ ପାର୍ଥକ୍ୟ କ’ଣ ରହିଛି? ଉଭୟର ଲକ୍ଷଣ କ’ଣ?

କ’ଣ ଏହି ହାର୍ଟ ଆଟାକ?

ଦିଲ୍ଲୀ ସ୍ଥିତ ଶାରଦା ହସ୍ପିଟାଲର ଇଣ୍ଟରନାଲ ମେଡିସିନ ଡିପାର୍ଟମେଣ୍ଟର ପ୍ରଫେସର ଡାକ୍ତର ଭୁମେଶ ତ୍ୟାଗିଙ୍କ ସୂଚନା ମୁତାବକ, ହାର୍ଟ ଆଟାକରେ ବ୍ୟକ୍ତିର ହୃଦୟରେ ସଠିକ୍ ଭାବରେ ରକ୍ତ ପହଞ୍ଚିପାରେ ନାହିଁ । ଏପରି ପରିସ୍ଥିତିରେ ହାର୍ଟ ଆଟାକ୍ ହୁଏ । ଯେତେବେଳେ ହାର୍ଟ ଆଟାକ ହୁଏ ଛାତିକୁ ଯୋରେ ଯୋରେ ଦବାନ୍ତୁ, ଯେଉଁ କାରଣରୁ ହାର୍ଟରେ ରକ୍ତ ସଞ୍ଚାଳନ ଆରମ୍ଭ ହୋଇଯାଇଥାଏ । ଯେତେବେଳେ ହାର୍ଟ ଭିତରେ ରକ୍ତ ପ୍ରବାହ ବନ୍ଦ ହୋଇଯାଏ, ହାର୍ଟ କାମ କରିବା ବନ୍ଦ କରିଦିଏ ଏହାକୁ ହାର୍ଟ ଆଟାକ ବା ହୃଦଘାତ କୁହାଯାଏ । ଏଥିରେ ହାର୍ଟ କାମକରିବା ଜାରି ରହିଥାଏ, କିନ୍ତୁ ମାଂସପେଶୀକୁ ରକ୍ତ ଯାଏ ନାହିଁ । ଏହି ସମୟରେ ରକ୍ତ ଶରୀରର ଅନ୍ୟ ଅଂଶକୁ ବିସ୍ତାର କରିବାରେ ଲାଗିଥାଏ ।

ହାର୍ଟ ଆଟାକ୍ ର ଲକ୍ଷଣ-

ଛାତି ରେ ଯନ୍ତ୍ରଣା
ଛାତି ରେ ଅସ୍ୱାଭାବିକ ଅନୁଭବ କରିବା
ବାନ୍ତି
ଛାତି ପୋଡିବା
ପେଟ ଯନ୍ତ୍ରଣା
ଥକାପଣ ଏବଂ ଫୁଲା
ଥଣ୍ଡା ଏବଂ ବାହୁ ରେ ଯନ୍ତ୍ରଣା ଅନୁଭବ କରିବା
ମୁଣ୍ଡ ବୁଲାଇବା
ଗଳା କିମ୍ବା ହନୁ ହାଡରେ ଯନ୍ତ୍ରଣା ଅନୁଭବ କରିବା

କାର୍ଡିୟକ ଆରେଷ୍ଟ କ’ଣ?

କାର୍ଡିୟକ ଆରେଷ୍ଟରେ, ଜଣେ ବ୍ୟକ୍ତିର ହାର୍ଟ ଶରୀରରେ ରକ୍ତ ପମ୍ପ କରିବା ବନ୍ଦ କରିଦିଏ, ଯେଉଁଥିପାଇଁ ରୋଗୀ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥାନ୍ତି । ଅଧିକାଂଶ କ୍ଷେତ୍ରରେ ରୋଗୀମାନେ ଚେତାଶୂନ୍ୟ ହୋଇଯାଆନ୍ତି । କାର୍ଡିୟକ ଆରେଷ୍ଟରେ ରକ୍ତ ହାର୍ଟରେ ପହଞ୍ଚେ କିନ୍ତୁ ହାର୍ଟ ରକ୍ତ ପମ୍ପ ବନ୍ଦ କରିଦିଏ ।

ଯେଉଁ କାରଣରୁ ରକ୍ତ ଏବଂ ଅମ୍ଳଜାନ ଶରୀରର ଅନ୍ୟ ଅଂଶରେ ପହଞ୍ଚିବା ବନ୍ଦ କରିଦିଏ । ଏପରି ପରିସ୍ଥିତିରେ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ କାମ କରିବା ବନ୍ଦହୋଇଯାଏ । ଯେତେବେଳେ ହାର୍ଟ କାମ କରିବା ବନ୍ଦ ହୋଇଯାଏ ସେତବେଳେ ଜଣେ ବ୍ୟକ୍ତି ନିଃଶ୍ୱାସ ନେବାକୁ ଅସମର୍ଥ ହୁଏ । ହାର୍ଟ ଆଟାକ ସମୟରେ ମଧ୍ୟ କାର୍ଡିଆକ ଆରେଷ୍ଟ ହୋଇଥାଏ ।

କାର୍ଡିଆକ ଆରେଷ୍ଟ ଲକ୍ଷଣ-

ହଠାତ୍ ବେହୋଶ ହୋଇଯିବା
ହଠାତ୍ ତଳେ ପଡ଼ିଯିବା
ହାର୍ଟ ହଠାତ୍ ଯୋରେ ଯୋରେ କାମ କରିବା
ପ୍ଲସ ଏବଂ ରକ୍ତଚାପ ବନ୍ଦ ହୋଇଯିବା
ନିଃଶ୍ୱାସ ପ୍ରଶ୍ୱାସ ଏବଂ ଚିନ୍ତା

Leave A Reply

Your email address will not be published.