Latest Odisha News

ଆଜିଠୁ ନାଟମଣ୍ଡପ ମରାମତି କାମ ଆରମ୍ଭ, ରାତି ୨ଟାରୁ ଫିଟିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଏଏସଆଇ ପକ୍ଷରୁ ଏହାର ମରାମତି କାର୍ଯ୍ୟ କରାଯିବ । ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇ ସନ୍ଧ୍ୟା ୭ ଟାରେ ସରିବ ।

ନାଟମଣ୍ଡପ ବିମ୍ ରେ ଫାଟ ସୃଷ୍ଟି ହେବା ପରେ ଏହାର ମରାମତି ନେଇ ଏଏସଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ନାଟମଣ୍ଡପ ବିମ୍‌ ତଳେ ଏକ ଷ୍ଟେନଲେସ ବିମ୍‌ର ଭାରା ସପୋର୍ଟ ଭାବେ ଲଗାଯିବ । ଫଳରେ ନାଟମଣ୍ଡପ ବିମ୍ ଉପରେ ଆଉ କୌଣସି ବିପଦ ରହିବ ନାହିଁ । ଏଥିପାଇଁ ଡିଜାଇନ ଚୂଡ଼ାନ୍ତ ହେବା ସହ ଅନୁମତି ମଧ୍ୟ ମିଳିସାରିଛି ।

ନାଟମଣ୍ଡପ ମୁଖ୍ୟ ବିମ୍ ରେ ଫାଟ ଥିବାରୁ ଗରୁଡ଼ ସ୍ତମ୍ଭ ସମ୍ମୁଖ ଭାଗ ବିମ୍ କୁ ଧରି ରଖିବା ଲାଗି ଷ୍ଟେନଲେସ ଷ୍ଟିଲର ସର୍ପୋଟ ଦିଆଯିବ । ତେବେ ନାଟମଣ୍ଡପ ବିମ୍ ମରାମତି କାର୍ଯ୍ୟ କିଭଳି ସୁରୁଖୁରୁରେ ହୋଇପାରିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନାଟମଣ୍ଡପ ମରାମତି କାମ ଏପ୍ରିଲ ଶେଷ ସୁଦ୍ଧା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ସେପଟେ ମରାମତି କାମ ପାଇଁ ଯେଭଳି ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ନହୁଏ ସେଥିପାଇଁ ବ୍ୟବସ୍ଥା ହୋଇଛି । ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି । ନିଷ୍ପତ୍ତି ଅନୁସାରେ, ରାତି ୨ ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟିବାକୁ ସ୍ଥିର ହୋଇଛି । ବିଭିନ୍ନ ନୀତିକାନ୍ତି କରାଯାଇ ରାତ୍ର ୧୧ ଟା ରେ ପହୁଡ଼ ହେବ ।

ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଯେଭଳି କୌଣସି ଅସୁବିଧା ସୃଷ୍ଟି ନହୁଏ ସେନେଇ ଛତିଶା ନିଯୋଗ ସହିତ ସମନ୍ବୟ ରଖାଯାଇ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହେବ ବୋଲି ନୀତି ପ୍ରଶାସକ କହିଛନ୍ତି ।

Leave A Reply

Your email address will not be published.