କୋରାପୁଟ: ଆଜି କୋରାପୁଟ ଜିଲ୍ଲା ଗ୍ରସ୍ତ କରିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଏସ୍ ମୁରଲୀଧର । ତାଙ୍କୁ ଓକିଲ ସଂଘ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସେ ଇ-ସର୍ଭିସ ଅଫ ଆଡଭୋକେଟ୍ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଜିଲ୍ଲା କୋର୍ଟ ପରିସରରେ ଇ-ଫାଇଲିଂ, ଇ-ସର୍ଭିସ୍ ଏବଂ ଇ-ପେମେଣ୍ଟ୍ ସହ କୋର୍ଟ ସର୍ଭିସ୍, ମୋବାଇଲ ଆପ୍ ମାଧ୍ୟମରେ କିଭଳି ଯୋଗାଯୋଗ ଓ ଶୁଣାଣି କରିହେବ, ସେ ସମ୍ପର୍କରେ ରାୟଗଡ଼ା ଓ ନବରଙ୍ଗପୁର ସମେତ ବିଭିନ୍ନ ନ୍ୟାୟାଳୟର ବିଚାରପତିମାନଙ୍କ ସହ ଭର୍ଚ୍ଚୁଆଲ ମାଧ୍ୟମରେ ଆଲୋଚନା କରିଥିଲେ ।
ଏହି ଟ୍ରେନିଂରେ କୋରାପୁଟ ଜିଲ୍ଲା ବିଚାରପତି ସୌମେନ୍ଦ୍ର ରାଜଗୁରୁ ଓ ଜିଲ୍ଲା ଓକିଲ ସଂଘର ସଭାପତି ସରୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟ୍ରେନିଂରେ ୪୦ ଜଣ ଓକିଲ ଟ୍ରେନିଂ ନେଉଛନ୍ତି ।
ଜୟପୁର ଓକିଲ ସଂଘ ସଭାପତି ସରୋଜ କୁମାର ଦାଶ କହିଛନ୍ତି ‘ମାନ୍ୟବର ଓଡ଼ିଶା ମୁଖ୍ୟ ବିଚାରପତି ଆମ ବାର ଏସୋସିଏସନ ସହିତ କଥାହେଲେ । ଆମେ ତାଙ୍କୁ ହାଇକୋର୍ଟ ବ୍ୟାଞ୍ଚର ଦାବି ଜଣାଇଥିଲୁ । ଇ-ଫାଇଲିଂ, ଇ-ସର୍ଭିସ୍ ଏବଂ ଇ-ପେମେଣ୍ଟ୍ ଟ୍ରେନିଂ ଆଦିବାସୀ ଅଧ୍ୟୁସିତ ଅଞ୍ଚଳର ଲୋକଙ୍କୁ ସାହାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।
Comments are closed.