ଭୁବନେଶ୍ବର: କିଛି ଦିନ ଧରି ଲଗାଣ ବର୍ଷା ପରେ ଆଜି ପୁଣି ରାତିରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ତେବେ ବର୍ଷା ପାଇଁ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ଅପିଲ କରିଛନ୍ତି । ଲୋକଙ୍କୁ ଭୟଭୀତ ନହେବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସମ୍ଭାବ୍ୟ ବର୍ଷା ସ୍ଥିତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ପ୍ରଶାସନକୁ ସହଯୋଗ କରିବା ସହ ସୁରକ୍ଷିତ ରହିବାକୁ କହିଛନ୍ତି। ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରର ସୁରକ୍ଷା ପାଇଁ ସତର୍କ ହେବାକୁ ସେ ଆହ୍ୱାନ କରିଛନ୍ତି। #OdishaCares pic.twitter.com/MYvSUAGSps
— CMO Odisha (@CMO_Odisha) August 19, 2022
ମୁଖ୍ୟମନ୍ତ୍ରୀ କହିଛନ୍ତି – ପ୍ରିୟ ଭାଇ ଓ ଭଉଣୀମାନେ ନମସ୍କାର । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ରାତିରୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ । କେନ୍ଦୁଝର, ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ପାଳନ ମାନନ୍ତୁ, ପ୍ରଶାସନକୁ ସହଯୋଗ କରନ୍ତୁ, ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ତେଣୁ ଆପଣମାନେ ନିଜେ ସୁରକ୍ଷିତ ରହନ୍ତୁ, ନିଜ ପରିବାର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।
Comments are closed.