Latest Odisha News

ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ସେଠାରେ ରାଜନୀତି ସରଗରମ ହୋଇ ଉଠିଛି । ୨୦୨୩ ଫେବୃୟାରୀରେ ତ୍ରିପୁରା ବିଧାନସଭା ନିର୍ବାଚନ ହେବ । ଆଉ ଅଳ୍ପ ଦିନ ନିର୍ବାଚନ ଥିବା ବେଳେ ସେ ହଠାତ କାହିଁକି ଇସ୍ତଫା ଦେଲେ ତାହା ଜଣାପଡି ନାହିଁ । ତେବେ ଇସ୍ତଫା ଦେବା ପରେ ୨୦୨୩ ପାଇଁ ନୂତନ ମୁଖ୍ୟମନ୍ତ୍ରୀ ପାଇଁ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି । ମୋ ଉପରେ ହାଇକମାନ ଆସ୍ଥା ପ୍ରକଟ କରି ଗୁରୁ ଦାୟିତ୍ୱ ଦେଇଥିଲେ । ଏବେ ଦଳକୁ ଜିତାଇବା ପାଇଁ ପୁନର୍ବାର ଜୋରସୋରରେ କାର୍ଯ୍ୟ ଆରମ୍ଭ କରିବୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ସହ ଆଲୋଚନା ପରେ ବିପ୍ଳବ ଏହି ପଦକ୍ଷେପ ଗ୍ରହଣ କରିଥିଲେ । ଭୂପେନ୍ଦ୍ର ଯାଦବ ଓ ବିନୋଦ ତାବଡେଙ୍କୁ ବିଜେପି ତ୍ରିପୁରାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ।

୨୦୧୮ରେ ବିପ୍ଳବଙ୍କ ନେତୃତ୍ୱରେ ତ୍ରିପୁରାରେ ବିଜେପି ସରକାର ଗଠନ କରିଥିଲା । ନିକଟରେ ୧୪ ବିଧାୟକ ହାଇକମାନଙ୍କ ନିକଟରେ ବିପ୍ଳବଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସେ ସମୟରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା । ଆଗକୁ ନିର୍ବାଚନ ଥିବାରୁ ପାର୍ଟି ମଧ୍ୟରେ ଅଶାନ୍ତି ଯେପରି ସୃଷ୍ଟି ନ ହେବ ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.