Latest Odisha News

BREAKING NEWS

ଅମ୍ବାତି ରାୟୁଡୁଙ୍କ ଟୁଇଟକୁ ନେଇ ସସପେନ୍ସ : ଅବସର ଘୋଷଣା ପରେ ଡିଲିଟ ହେଲା ଟୁଇଟ

ମାଡ୍ରାସ: ଚେନ୍ନାଇ ସୁପର କିଙ୍ଗସର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁଙ୍କ ଅବସର ଟୁଇଟ ନେଇ ସସପେନ୍ସ ବଢ଼ିଛି । ରାୟୁଡୁଙ୍କ ପ୍ରଥମ ଟୁଇଟରେ ଏହା ତାଙ୍କ ଶେଷ ଆଇପିଏଲ ବୋଲି ଘୋଷଣା କରିଥିଲେ । ମୋ ପାଇଁ ଏହା ଏକ ସୁଖଦ ଯାତ୍ରା ଥିଲା । ମୁମ୍ବାଇ ଓ ଚେନ୍ନାଇ ଟିମକୁ ମୁଁ ଏଥିନେଇ ଧନ୍ୟବାଦ ଜଣାଉଛି । ୧୩ ବର୍ଷ ହେବ ମୁଁ ଆଇପିଏଲରେ ସୁୂଖଦ କ୍ଷଣ କାଟିଛି । ସେ ଏହା ଟୁଇଟ କରିବାର ୧୫ ମିନିଟ ପରେ ଏହାକୁ ଡିଲିଟ କରି ଦେଇଥିଲେ । ଏହା ମଧ୍ୟରେ ୮୦୦୦ ୟୁଜର୍ସ ଏ ନେଇ ରିଆକ୍ଟ କରିଥିଲେ । ଜଣେ ପ୍ରଫେଶନାଲ ଖେଳାଳି ଏ ଭଳି ଟୁଇଟ କରି ଅବସର ଘୋଷଣା କରି ନ ଥାନ୍ତେ ବୋଲି ବରିଷ୍ଠ ଖେଳାଳିମାନେ କହିଛନ୍ତି ।

୨୦୨୦ ପରେ ହଠାତ ତାଙ୍କ ସୋସିଆଲ ଆକାଂଉଟ ଆକ୍ଟିଭ ହେବା, ଅଳ୍ପ ସମୟ ମଧ୍ୟରେ ଡିଲିଟ ହେବା ଏବଂ ଟୁଇଟ ଭାଷା ଏବଂ ସ୍ପେଲିଂ ଭୁଲ ରହିଥିଲା । ଏହା ବିଚାରକୁ ନେଲେ ତାଙ୍କ ସୋସିଆଲ ଆକାଂଉଟ ହ୍ୟାକ ହୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ଜଣେ କ୍ରିକେଟର ଅବସର ନେବା ବେଳେ ଭାବ ପ୍ରବଣ ହୋଇଥାନ୍ତି ଏହି ଟୁଇଟରେ ସେଭଳି କିଛି ଦେଖିବାକୁ ମିଳି ନ ଥିଲା । ରାୟୁଡୁ ଆଇପିଏଲର ଚଳିତ ସିଜନରେ ୨୭୧ ରନ କରିଛନ୍ତି । ଓଭରାଲ ୧୮୭ ମ୍ୟାଚରେ ୧୨୭.୨୬ ଷ୍ଟ୍ରାଇକ ରେଟରେ ୪୧୮୭ ରନ କରିଛନ୍ତି ।

Leave A Reply

Your email address will not be published.